ଅପରାହ୍ନ ର ଚିନ୍ତା ଓ ଚେତନା
ଅପରାହ୍ନ ର ଚିନ୍ତା ଓ ଚେତନା
ଦିନେ ଅପରାହ୍ନେ ନିରିଜନ ସ୍ଥାନେ
ବସି ରହି ଥାଏ ମୁଁହିଁ
ପରମ ତୃପ୍ତି ର ପୁଲକିତ ଧାର
ଖେଳେ, ମନେ ଥାଏ ଚାହିଁ ।
ସୁଦିବ୍ୟ ଚେତନା ସ୍ପନ୍ଦନ ଆହ୍ବାନ
ଶୀହରଣ ପ୍ରବାହିତ
କରି ମୋର ମନ ବିଚଳିତ ହୋଇ
ଉଠିଲା ତହିଁ ତୁରିତ ।
ଦେଖିବା ମାତ୍ରେ କେ କେ ଜଣେ ଭିକ୍ଷୁକ
ମାଗେ ବୁଲି ଭିକ୍ଷା ତହିଁ
ଫେରି ଯାଉଥିଲା ପ୍ରଦୋଷ ରଜନୀ
ଆଗତ ସମୟ ଚାହିଁ ।
ତାହା ପରେ ଜଣେ ଯୁବକ ଆସିଲା
ଜୀବିକା ନିର୍ବାହ ପାଇଁ
ଯାଇ ଥାଏ ସେହି ଦୂର ବଜାର ରେ
ଗ୍ୟାରେଜ ରେ କାମ କରି ।
ଏହା ପରେ ପୁଣି ଅନ୍ୟ ଏକ ଲୋକ
ଗୀତ ଗାଇ ଗାଇ ବାଜା
କେନ୍ଦରା ବଜାଇ ମାଗେ ଗାଁଆ ସାଇ
ଚୁଡ଼ା, ଚାଉଳ ଓ ଭୁଜା ।
ଶ୍ରମ ଜିବୀ କେତେ ଫେରନ୍ତି ଏ ପଥେ
ଏଇ ଅପରାହ୍ନ ବେଳେ
ମୁଖ ମଣ୍ଡଳ ରେ ହସ କୁ ଫୁଟେଇ
ଆପଣା ଗ୍ରାମର କୋଳେ ।
ମୂଲ ମଜୁରୀ ରେ ପେଟ ପୋଷି ବାରେ
ଲାଗିଥାଏ ଚିର କାଳ
ଚାଷୀ ଭାଇ ଫେରେ ଆଗକୁ ଏ ପଥେ
ଧରି ବଳଦ ଓ ହଳ ।
ନାନା ରଙ୍ଗେ ଗୀତ ଗାଇ ଗାଇ ଚାଲି
ଥାଏ ସେ ଖୁସି ମନ ରେ
ବିଦ୍ୟାଳୟ ଛୁଟି ହୋଇ ଥିବା ବେଳେ
ପିଲାଏ ଏଇ ରାସ୍ତା ରେ ।
ଦେଖି ଦେଖି ସବୁ ଚକିତ ହୋଇଣ
ଉଠିଲା ମୋହର ମନ
ଭରି ଦେଇ ଗଲା ଚିନ୍ତା ଚେତନା ରେ
ଅଭିନବ ଆଲୋଡନ ।

