STORYMIRROR

Satyanarayan Sahoo

Romance Action Classics

4  

Satyanarayan Sahoo

Romance Action Classics

ଅପରାହ୍ନ ର ଚିନ୍ତା ଓ ଚେତନା

ଅପରାହ୍ନ ର ଚିନ୍ତା ଓ ଚେତନା

1 min
321


ଦିନେ ଅପରାହ୍ନେ ନିରିଜନ ସ୍ଥାନେ

ବସି ରହି ଥାଏ ମୁଁହିଁ

ପରମ ତୃପ୍ତି ର ପୁଲକିତ ଧାର

ଖେଳେ, ମନେ ଥାଏ ଚାହିଁ ।

ସୁଦିବ୍ୟ ଚେତନା ସ୍ପନ୍ଦନ ଆହ୍ବାନ

ଶୀହରଣ ପ୍ରବାହିତ

କରି ମୋର ମନ ବିଚଳିତ ହୋଇ

ଉଠିଲା ତହିଁ ତୁରିତ ।

ଦେଖିବା ମାତ୍ରେ କେ କେ ଜଣେ ଭିକ୍ଷୁକ

ମାଗେ ବୁଲି ଭିକ୍ଷା ତହିଁ

ଫେରି ଯାଉଥିଲା ପ୍ରଦୋଷ ରଜନୀ

ଆଗତ ସମୟ ଚାହିଁ ।

ତାହା ପରେ ଜଣେ ଯୁବକ ଆସିଲା

ଜୀବିକା ନିର୍ବାହ ପାଇଁ

ଯାଇ ଥାଏ ସେହି ଦୂର ବଜାର ରେ

ଗ୍ୟାରେଜ ରେ କାମ କରି ।

ଏହା ପରେ ପୁଣି ଅନ୍ୟ ଏକ ଲୋକ

ଗୀତ ଗାଇ ଗାଇ ବାଜା

କେନ୍ଦରା ବଜାଇ ମାଗେ ଗାଁଆ ସାଇ

ଚୁଡ଼ା, ଚାଉଳ ଓ ଭୁଜା ।

ଶ୍ରମ ଜିବୀ କେତେ ଫେରନ୍ତି ଏ ପଥେ

ଏଇ ଅପରାହ୍ନ ବେଳେ

 ମୁଖ ମଣ୍ଡଳ ରେ ହସ କୁ ଫୁଟେଇ 

ଆପଣା ଗ୍ରାମର କୋଳେ ।

ମୂଲ ମଜୁରୀ ରେ ପେଟ ପୋଷି ବାରେ

ଲାଗିଥାଏ ଚିର କାଳ

ଚାଷୀ ଭାଇ ଫେରେ ଆଗକୁ ଏ ପଥେ

ଧରି ବଳଦ ଓ ହଳ ।

ନାନା ରଙ୍ଗେ ଗୀତ ଗାଇ ଗାଇ ଚାଲି

ଥାଏ ସେ ଖୁସି ମନ ରେ

ବିଦ୍ୟାଳୟ ଛୁଟି ହୋଇ ଥିବା ବେଳେ

ପିଲାଏ ଏଇ ରାସ୍ତା ରେ । 

ଦେଖି ଦେଖି ସବୁ ଚକିତ ହୋଇଣ

ଉଠିଲା ମୋହର ମନ

ଭରି ଦେଇ ଗଲା ଚିନ୍ତା ଚେତନା ରେ 

ଅଭିନବ ଆଲୋଡନ ।


Rate this content
Log in

Similar oriya poem from Romance