ଅଫୁଟା ଫୁଲ
ଅଫୁଟା ଫୁଲ
ଆସିବ ଆସିବ ବୋଲି
କରିଥିଲା ଆଶା
ଆସିବା ଆଗରୁ ତାର
ଉଡିଗଲା ହ°ସା
ପାହିଲିନି ଅମାରାତି
ଉଆଁସ ଗଲାନି ହଟି
ଆକାଶ ରେ ଭରିଗଲା
ତିମୀର ତମସା..
ଅକାରଣେ ବିହି ହେଲା
ତା ପାଇଁ ଭଗାରୀ
ଆପଣା ମଣିଷ ହେଲେ
ତାଲାଗି ବଇରୀ
ଅନ୍ଧାରୀ ମୂଲକେ ତାର
ଉଡିଗଲା ପ୍ରାଣ
ଅଧା ରହିଗଲା ତାର
ଆଖିର ସପନ
କନ୍ୟା ଭୃଣବୋଲି ତାର
ହେଲା ଏଇ ଦଶା ...
ବୁଝିଥାନ୍ତା ଦିନେ ଯିଏ
ଦୁନିଆର କଥା
ଅବୁଝା ମଣିଷ ପାଇଁ
ହେଲା ମୁଣ୍ଡ ବ୍ୟଥା
ଫୁଟିବା ଆଗରୁ ଫୁଲ
ଝଡିଗଲା କଳି
ଅକାରଣେ ଜଠରରେ
ଲହୁ ଢାଳିଢାଳି
ଶୁଣିଲେନି କେହିତାର
କୋହଭରା ଭାଷା...
