STORYMIRROR

DILIP KUMAR SAHOO

Tragedy

4  

DILIP KUMAR SAHOO

Tragedy

ଅଫୁଟା ଫୁଲ

ଅଫୁଟା ଫୁଲ

1 min
223

ଆସିବ ଆସିବ ବୋଲି

କରିଥିଲା ଆଶା

ଆସିବା ଆଗରୁ ତାର

ଉଡିଗଲା ହ°ସା

ପାହିଲିନି ଅମାରାତି

ଉଆଁସ ଗଲାନି ହଟି

ଆକାଶ ରେ ଭରିଗଲା

ତିମୀର ତମସା..


ଅକାରଣେ ବିହି ହେଲା

ତା ପାଇଁ ଭଗାରୀ

ଆପଣା ମଣିଷ ହେଲେ

ତାଲାଗି ବଇରୀ

ଅନ୍ଧାରୀ ମୂଲକେ ତାର

ଉଡିଗଲା ପ୍ରାଣ

ଅଧା ରହିଗଲା ତାର

ଆଖିର ସପନ

କନ୍ୟା ଭୃଣବୋଲି ତାର

ହେଲା ଏଇ ଦଶା ...


ବୁଝିଥାନ୍ତା ଦିନେ ଯିଏ

ଦୁନିଆର କଥା

ଅବୁଝା ମଣିଷ ପାଇଁ

ହେଲା ମୁଣ୍ଡ ବ୍ୟଥା

ଫୁଟିବା ଆଗରୁ ଫୁଲ

ଝଡିଗଲା କଳି

ଅକାରଣେ ଜଠରରେ

ଲହୁ ଢାଳିଢାଳି

ଶୁଣିଲେନି କେହିତାର

କୋହଭରା ଭାଷା...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy