STORYMIRROR

Smruti Ranjan Tripathy

Inspirational Others

3  

Smruti Ranjan Tripathy

Inspirational Others

ଅଫୁଲ

ଅଫୁଲ

1 min
371


କେହି ଜଣେ କେବେ କହୁ କହୁ କହିଦେଇଥିଲେ, ଧିକ ତା' କୋବି ପଣିଆ

କୋଉ ଫୁଲରେ ଗଣା ,ସେ ଅଫୁଲ, ଖାଲି ନା'ରେ ଫୁଲ ରହିଗଲେ କ’ଣ ହେଲା

କୋଉ ଦେବା ଦେବୀଙ୍କ ପାଖରେ ସେ ଲାଗେନି, ଗୋଟାପଣେ କଂଚା ପରିବାଟାଏ ..

ଆମ ଭଳି ନିଷ୍କଳଙ୍କ ଚରିତ୍ରମାନେ କେବେ ତୁଣ୍ଡରେ ଧରନ୍ତିନି ତା'କୁ

ଗାଁରେ ତ ଗୋରୁ ବି ମୁହଁ ମାରନ୍ତିନି ସେଇଭଳି ପରିବା ସବୁକୁ, ....।

କିନ୍ତୁ ଆଜ଼ି ଦେଖ ! ଗାଁ'ରୁ ସହର, ରାସ୍ତାକଡ଼ରେ ଆଜ଼ି ଖାଲି ସେଇ ଅଫୁଲ କୋବିଙ୍କ ତ୍ବରଣ

ଧଳା, ନେଳିଆ ଫୁଲଶବ୍ଦକୁ ଖୁଣ୍ଟି ଖୁଣ୍ଟି ଆବୋରିନେବାକୁ କେତେ ମୂଲଚାଲ

କେବେଠୁ, କୋଉ ବୀଜ ବିକ୍ଷେପରୁ ଆସିଛି ହିସାବ ନାହିଁ , ଅଥଚ

ସ୍ମୃତି ଚଉରାରେ କେଉଁ କାଳୁ କାହା ପବିତ୍ର ସିଂଚନରେ ସେ ପାଲଟିଛି ଶ୍ୱେତପଦ୍ମ..

ଖାସ! ପଥରକୁ ଦେବତା ମାନି ନେଇଛି ବୋଲି

ଫୁଲ ହୋଇବି ପରିବା'ର ମାନ୍ୟତାରେ ସେ ସମଭାଗୀ

ସେଥିପାଇଁ ତ ବାର ଅବାର ବଣଭୋଜି ଯେଉଁଠି ଦେଖିବ, ତା'ରି ଚାହିଦା

ଅନ୍ୟ ତୁଣ୍ଡକୁ ସୁସ୍ୱାଦୁ, ମିଷ୍ଟଭାଷୀ କରିବା ପାଇଁ ସେ ବ୍ୟଗ୍ର...

ଟିକେ ବାୟୁ ଦୋଷକୁ ଅଣଦେଖା କରିଦେଲେ ଖୂବ ଆପଣାର ସିଏ ,

ଡେମ୍ଫ ଡାଂଗ ସହିତ ସେ ବି ଖୁସି ଦିଏ କାଞ୍ଜି ଆମ୍ବିଳରେ

ଗରିବ ଲେଖକଙ୍କ ମତରେ କୁଆଡେ ଭଲ କରି ମସଲାଦେଇ

ପ୍ରାସଙ୍ଗିକ ଭିତ୍ତିରେ ଲେଖିଲେ, ସେ ସାଜିଯାଏଁ ଆଇଁ ସିଣିଆ ଲେଖାର ବିକଳ୍ପ...।

ନିଜକୁ ବୁଝେଇ ନିଅ ! ମନସ୍ତତ୍ବିକ ଦୃଷ୍ଟିରୁ ସବୁ ସ୍ୱର ନୁହେଁ ସରସ୍ବତୀଙ୍କ କଁଠ,

ସବୁ ଫୁଲ ନୁହେଁ ବିମଣ୍ଡିତ ଦେବଙ୍କ ମସ୍ତକରେ

ଖାଲି ଛାଡିଦେଇଛି ଖିଲି ଖିଲି ହସ ସ୍ତବ୍ଧ ପୁଷ୍କରିଣୀରେ

ସେ ନିର୍ମଳ, ପବିତ୍ର , ତା' ଆତ୍ମୀୟତାର ନରମ ଆସ୍ତରଣକୁ ପରସ୍ତ ପରସ୍ତ କରି ଦେଖ, ଜାଣିବ

କେମିତି ପଣ କରିନେଇଛି ପିଢ଼ି ପରେ ପିଢ଼ି ସାରା ଜୀବନ

ଭିଜୁଥିବ ଆଉ ଭାଜି ହେଉଥିବ ଅନ୍ୟ ପାଇଁ ସମ୍ପର୍କର ତେଲ ନଈରେ କାଳ କାଳ..

ଗୋପନରେ ମନେ ପଡୁଥିବ ଅହରହ ସ୍ମୃତି ବଗିଚାରେ

"ଅଫୁଲ"ର ଅନ୍ତରଙ୍ଗ ଶବ୍ଦରେ ସେ ବି ମୁରୁକି ହସୁଥିବ ପରିତ୍ୟକ୍ତ ଫୁଲକୁଣ୍ଡରେ ।


Rate this content
Log in

Similar oriya poem from Inspirational