Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranjit Sahu

Tragedy Classics Others

3  

Ranjit Sahu

Tragedy Classics Others

ଅଫେରନ୍ତା ପକ୍ଷୀର ଠିକଣା

ଅଫେରନ୍ତା ପକ୍ଷୀର ଠିକଣା

1 min
219


ସଂପର୍କର କେବେ ପରିଭାଷା ଖୋଜି

ଫେରେ ମୁଁ ଯେବେ ଗାଆଁ ପୋଖରୀକୁ,

ନିଜ ଅଜଣାରେ ମୋ ନୟନ ଦୁଇ,

 ଖୋଜି ବୁଲିଥାନ୍ତି ଆର ପାରିକୁ l


ସବୁ ଶୀତ ସଞ୍ଜ ଗାଆଁ ପୋଖରୀରେ

ଚହଲୁଥିଲା ଯେବେ ସ୍ଵଚ୍ଛ ଜଳ

ନିଜର ଠିକଣା ଦେଉଥିଲେ କହି

 ସନ୍ତରଣ ବେଳେ ହଂସ ଧବଳ 


ଶାନ୍ତ ପଡ଼ିଅଛି ଉଷସୀ ପ୍ରହର 

କ୍ଳାନ୍ତ ହୃଦୟ ଖୋଜୁଛି ସ୍ପନ୍ଦନ 

କେଉଁ କାରଣରୁ ବିହଙ୍ଗର ସାଥେ 

ବାନ୍ଧିଛି ମନ ଅଜଣା ବନ୍ଧନ ?


ପରଦେଶୀ ପକ୍ଷୀ ଫେରିବେ ସେ ଦିନେ,

ଅତିଥି ଗାଁଆରେ, ଦୁଇ ଦିନର,

ତଥାପି ତାଙ୍କର ରୂପ ଅଛି ଲାଖି,

ଆଇନାରେ ମୋର ଏହି ମନର


ଖେଳୁ ଯେତେ ମୀନ, ଫୁଟୁ ଯେତେ କଇଁ,

ହୋଇଛି ତାହାର ଅସ୍ତିତ୍ବ ଭିନ୍ନ I

କାହିଁ ହଜିଗଲେ ମରାଳ ଯୁଗଳ

ଜଳାଶୟ ହେଲା ସ୍ଵର ବିହୀନ l


Rate this content
Log in

Similar oriya poem from Tragedy