STORYMIRROR

Ramesh takri

Classics Inspirational Others

3  

Ramesh takri

Classics Inspirational Others

ଅଫେରା

ଅଫେରା

1 min
269


ଦୂର ଗାଆଁଟିର.  ପାହାଡ଼ ସେପଟେ

   ସୂରୁଯ ଯେଉଁଠି ଲୁଚିଲା

ଦିବସ ଅନ୍ତରେ   ସୁନ୍ଦର ବେଶରେ

   ସଞ୍ଜ ନଇଁ ନଇଁ ଆସିଲା ।


ଅଫେରା ପଥରେ   ରାତି ଆରମ୍ଭରେ

   ବାନ୍ଧବୀ ଜଣକ କାହାର

ସାଥୀ ସହୋଦର.  ପ୍ରୀୟ ପରିବାର

   ଛାଡ଼ି ଯାଏ କାହିଁ ସୁଦୂର


ପିତାମାତା ବନ୍ଧୁ   ଆତ୍ମୀୟ ସ୍ବଜନ

   ସଭିଙ୍କୁ ଦୂରେଇ ରହିଲା ।


ପୁଅଝିଅ ସ୍ବାମୀ   ଶାଶୁ କି ଶଶୁର

   କେହି ବି ହେଲେନି ନିଜର

ସବୁ ଆପଣାର   କଲେ ସାତପର

   ମିଛ ଥିଲା ସ୍ନେହ ଆଦର


ହୃଦୟର ସାଥୀ   କରିଥିଲା ଯା'ରେ

   ସିଏ ବି ତାହାର ନୋହିଲା


ଅଧା ବୟସରେ   ସଂସାର ଛାଡ଼ିବା

   କେବେ ସେ କରିନି ଭାବନା

ପରକାଳେ ଆତ୍ମା   ଶାନ୍ତି ଲାଭ କରୁ

   ଏହା ହିଁ ତା'ପାଇଁ କାମନା


ଦୁନିଆ ଖାଲି ତା   ଖେଳଘର ସିନା

   ଅଧାରେ ଅଧାରେ ରହିଲା ।

  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics