Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lopamudra Parida

Inspirational

3  

Lopamudra Parida

Inspirational

ଅପେକ୍ଷାରେ ଶ୍ରାବଣୀର

ଅପେକ୍ଷାରେ ଶ୍ରାବଣୀର

1 min
310


ଇସ୍ ।

ମୋ ମାଟି ଅଗଣା ଛୁଇଁ 

ସେ ଯାଏଁ ଗଲାଣି ଶ୍ରାବଣୀ  


ଭିଜେଇଥିଲା ଏଠି

ସ୍ୱପ୍ନଠୁ ଆଖି  


ପଠେଇଥିଲି କିଛି

ଭିଜା ପଲକର ଚିଠି ।।


ମାଟିର ବାସ୍ନା ଛୁଏଁଇ

ଦେଇଛି କି ନା 

ମୋ ହାତ ଲେଖା 

ଫର୍ଦ୍ଦଟି 

ତୁମ ହାତେ ଥିରେ କି।


କହିଛି କି ନା ଏଇ

ଶବ୍ଦ ସବୁ ଅଭିମାନର 

କମ ଆବେଗର ବେଶୀ 

କହିଛି ତ ତୁମ କାନ ପାଖେ

ଯେ ମୁଁ ଝୁରୁଛି ।


ତା ଫେରିବା ବାଟକୁ ମୁଁ ଚାହିଁ 

ଆଉଜିଛି ମହ୍ଲାରକୁ 

କାଳେ ଛୁଇଁ ଦେଇଥିବ ତୁମେ ଖାଲି

ତା ଧାରଟେ 

ଆଉ ସିଏ ବାସୁଥିବ 

ଚନ୍ଦନ ଚନ୍ଦନ ।


କାଳେ ନେସି ହେଇ

ମିଶିଯାଇଥିବ ତୁମ ଶ୍ୟାମଳତା ରେ 

ତା ଅରଖ ନୂଆ ଦେହ

ଆଉ ସିଏ ବାସୁଥିବ 

ପ୍ରିୟ ପ୍ରିୟ ।


****

ପୁଣି ଫେରିଆସିଛି ବର୍ଷା ତୁମକୁ ଛୁଇଁ ଦେଇ

ଏବେ ସିଏ ମତେ ଛୁଉଁ ଛୁଉଁ 

ମୁଁ ଦିଶୁଛି ରକ୍ତିମ 

ପାଲଟୁଛି ଦେବୀ 

ତୁମ ସ୍ପର୍ଶ ରେ କି ସତେ !

ଚାରିଆଡେ ଦେଖ କେତେ 

ଶ୍ଯାମଳ ଶ୍ଯାମଳ ମୁଗ୍ଧା, 

ହଜିନଯାଇ ହୋଇ ବାଟ କାଇଁ ।



Rate this content
Log in

Similar oriya poem from Inspirational