STORYMIRROR

RAJANI KANTA SAHU

Tragedy

3  

RAJANI KANTA SAHU

Tragedy

ଅପେକ୍ଷା

ଅପେକ୍ଷା

1 min
126

ଅପେକ୍ଷା ଏଭରେଷ୍ଟ ପରି

ଯାହାର ଶୃଂଗ ଯଦିଓ ଥାଏ

ତାହା ଥାଏ ସୀମା ହୀନ ଅକାଶର ଛାତି ଭିତରେ


ଅପେକ୍ଷା ସେ ବଣଜଙ୍ଗଲ ଭିତରେ

ଲୁଚି ଛପି ଚାଲିଯାଉଥିବା ପାଦଚଲା ରାସ୍ତାଟିଏ 

ଯାହାର ଆରମ୍ଭ ତ ଅଛି କିନ୍ତୁ ଶେଷର ଶେଷ ହିଁ ନାହିଁ

କେବଳ ଲମ୍ବି ଚାଲି ଥାଏ

ଜଙ୍ଗଲରେ ହଜିବା ପର୍ଯ୍ୟନ୍ତ ..


ଅପେକ୍ଷା ଏଠି ବଡ ଯନ୍ତ୍ରଣା

ଉଦୁଉଦିଆ ଖରାବେଳ ପରି  


ଅପେକ୍ଷା ଏଠି ବଡ ଅସହ୍ୟ 

କଟୁନଥିବା ରାତି ପରି ..


ଅପେକ୍ଷା ଏଠି ବଡ ଭୟଙ୍କର

ଛାତି ପରେ ବସିଥିବା କେଉଁ ଅଦୃଶ୍ୟ ଶକ୍ତି ପରି


ଅପେକ୍ଷା ଏଠି ବିକ୍ରମ ପିଠିରେ 

ଓହଳିଥିବା ବେତାଳ ପରି ..

ଯାହାର କୌଣସି ମୁଣ୍ଡ କି ଗଣ୍ଡି

ମଧ୍ୟ ନଥାଏ 


ସମସ୍ତ ଶରୀର ଏଠି ଅଦୃଶ୍ୟ 

କେବଳ ଉପସ୍ଥିତି ସମସ୍ତ 

ଥିବା ନଥିବା ସ୍ଥାନରେ ଥାଏ ...



Rate this content
Log in

Similar oriya poem from Tragedy