STORYMIRROR

Debabrata Barik Debunu

Romance Others

3  

Debabrata Barik Debunu

Romance Others

ଅପେକ୍ଷା କରିଥିଲି

ଅପେକ୍ଷା କରିଥିଲି

1 min
11.6K

ଏଇ ଏବେ ଏବେ

ଦେଖାହେଲା ତୁମ ସହ

ଦିନସାରା ତ

ଅପେକ୍ଷା କରିଥିଲି

ହେଲେ ତୁମେ ଆସିଲନି

କିଛି ଭଲ ପାଇବା

ଆଉ ଢେର୍ ସାରା ଅଭିମାନ

ସତରେ ମଣିଷ

ଯାହା କୁ ଜୀବନଠୁ

ଅଧିକ ଭଲ ପାଏ

ତା ଉପରେ ଅଭିମାନ କରେ

ହେଲେ ମୁଁ ଆଜି

ପୁରା ଏକା

ମୋ ଉପରେ

ଅଭିମାନ କରିବା ପାଇଁ

କେହି ନାହିଁ

ଆଉ ମୁଁ କାହା ଉପରେ

ଅଭିମାନ କରିବା ପାଇଁ

ମୋ ପାଖରେ କେହି ନାହାଁନ୍ତି

ପୁରା ଏକା ଏକା ଜୀବନ

ନା ଅଛି ପାଇବାର ଆଶା

ନା ହରେଇବାର ଦୁଃଖ

ଜୀବନ ଜିଇଁ ବାକୁ ହେବ

କେବଳ ଏକା ଏକା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance