Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tushar Kanta Prasad

Tragedy

3  

Tushar Kanta Prasad

Tragedy

ଅପେକ୍ଷା କରିଛି ସାଥି

ଅପେକ୍ଷା କରିଛି ସାଥି

1 min
165




ଫିକା ଲାଗେ ଏ ଜୀବନ,

ବୁଝେନି ପ୍ରିୟାର ମନ,

ସୀମାରେ ସୈନିକ ସାଥି।

ବିରହେ ବିତେ ତା ରାତି।।


ଫେରିଛି କେତେ ଫଗୁଣ,

ଫେରନ୍ତି ବି ପକ୍ଷୀ ଗଣ,

ସଞ୍ଜ ନଇଁ ହେଲେ ରାତି।

ପ୍ରତିକ୍ଷଣ ଝୁରେ ସାଥି।।


ନିତି ଉଷା ଆଶା ବୁଣେ,

ଲୋମକୂପେ ଶିହରଣେ,

ଅପେକ୍ଷାର ହେବ ଅନ୍ତ।

ଫେରୁଛି ତୋ ମନ ମିତ।।


ଉର୍ମୀ ଭାଙ୍ଗେ ବାଲିଘର,

ଲୀନ ହୁଏ ଆଶା ତା'ର,

ସାଥି ଛାୟା ଚିତ୍ର ଦେଖି।

ଅଶ୍ରୁ ଧାରେ ଭିଜେ ଆଖି।।


ସାଇତା ସାଥିର ଚିଠି,

ପଢେ ଅର୍ଦ୍ଧରାତ୍ରେ ଉଠି,

ଶେଯରେ ଲାଗୁନି ମନ।

ବୋଝ ମଣେ ଯୋଉବନ।।


ଭାଳେ ନିନ୍ଦିବ ଭାଗ୍ୟକୁ,

ନିନ୍ଦା ହେବ ସିନ୍ଦୂରକୁ,

ଭାବନାରେ ବିତେ ରାତି।

ଅପେକ୍ଷା କରିଛି ସାଥି।।



ତୁଷାରକାନ୍ତ ପ୍ରସାଦ

ବରୀ, ଯାଜପୁର

ମୋ - 9853092630


Rate this content
Log in

Similar oriya poem from Tragedy