ଅପାଶୋରା ସ୍ମୃତି
ଅପାଶୋରା ସ୍ମୃତି
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
କହିଥିଲ ଆଣିଦେବ
ମୋ" ପାଇଁ ଫଗୁଣ
ହେଇଦେଖ ଆସିଲାଣି
ଧାରା ଶିରାବଣ ।
ଭାବିଥିଲି ହଜିଯିବି
ଫୁଲର ସହରେ
ଏବେ କିନ୍ତୁ ଭାସୁଛି ମୁଁ"
ଲୁହର ନଈରେ ।
ଯଉବନ ଜଉ ଘରେ
ଲାଗିଯାଏ ନିଆଁ
ଆଜି କାହିଁ ମନେପଡେ
ସେ ପହିଲି ଛୁଆଁ ।
ତୁମବିନା ଦିନ ସବୁ
କାଟିବି କେମିତି
ଦିନ ସରିଗଲେ ପୁଣି
ଲାଗେ ବଡ଼ ଭୀତି ।
ସ୍ୱପ୍ନ ସବୁ ଭାଙ୍ଗିଯାଏ
ରାତି ଗଲେପାହି
କାମନାର ତାତି କିନ୍ତୁ
ଦେହ ଦିଏ ଦହି ।
ଆସ କି ନ'ଆସ ତୁମେ
ଆଉ ଏ ଜୀବନେ
ଅପାଶୋରା ସ୍ମୃତି କିନ୍ତୁ
ରହିଯିବ ମନେ ।