STORYMIRROR

pranati Mahapatra

Abstract Children

3  

pranati Mahapatra

Abstract Children

ଅନୂଭୂତିରେ ମୁଁ ଓ ମୋ ପରିବାର

ଅନୂଭୂତିରେ ମୁଁ ଓ ମୋ ପରିବାର

1 min
185


ଯାଇଥିଲି ଏକ ସଭାକୁ ମୁଁ ଦିନେ

   ଥିଲା ଭିଡ଼ ଜ୍ଞାନୀଜନ ,

ସମାଜର ସଚେତନତା ବାର୍ତ୍ତା ସେ

   ଦେଉଥିଲେ ଜଣଜଣ।

   ଲାଗିଲା ମୋତେ କି କଣ

କଲମ ଧରି ମୁଁ କାଗଜେ ଲେଖିଲି

     ମାଆ ମାଟିର କଷଣ।


ପଢିଲି ସଭାରେ ଶୀର୍ଷକ ମୋ ଥିଲା

    ଅଶାନ୍ତ ପୃଥିବୀ ଜାଣ,

ସଭାମଞ୍ଚେ ମହାଭାଗ ଦେଲେ କେତେ

    ସମାଲୋଚନା ଯେ ପୁଣ।

    ଦେଲେ ସମ୍ଭାଷଣ ଟାଣ

ନ ଥିଲେ ତ ଜଣେ ଆଗାମୀ ଭବିଷ୍ୟ

    ଅସ୍ତଗାମୀ ସେ କିରଣ।


ଦେଖି ଦେଖି ବଡ଼ ବିରକ୍ତି ବୋଧରେ

    ଚିନ୍ତିଲି ଗୋଟିଏ କଥା,

ଭବିଷ୍ୟତ ବଂଶଧର ନ ଆସିଲେ

   କେ କହିବ କାହା ବ୍ୟଥା।

    ଘୁରେଇଲା ମୋର ମଥା

ସାହିତ୍ୟିକ କବି ବନ୍ଧୁ ପରିବାର

    ଗାଇଲା ସବୁରି ଗାଥା।


ସ୍ନେହ ଶ୍ରଦ୍ଧା ଭଲପାଇବାର ବୀଜ

    ଆପେ ଆପେ ବୁଣାଗଲା,

ଭାଇଭଉଣୀ ଓ ମମତା ଡୋରିରେ

    ପରିବାର ଟିଏ ହେଲା।

ଉଚ୍ଚନୀଚ ଭେଦଭାବ ଦୂରକରି

   ସଭିଙ୍କ ଆଦର୍ଶ ହେଲା।


କାହାର କାହାର ପରିବାର ବୋଲି

   ଯିଏ ବି ପଚାରୁଥିଲା,

ମୋ ପରିବାର ସାହିତ୍ୟିକ କବି ବନ୍ଧୁ

  ବୋଲି ଉତ୍ତର ଯେ ମିଳୁଥିଲା।

ନୂତନ ବର୍ଷେ କରିବା ଶପଥ

   "କୁ" ବଦଳାଇବା ଭଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract