STORYMIRROR

Sasmita Choudhury

Romance Tragedy

4  

Sasmita Choudhury

Romance Tragedy

ଅନୁତାପରେ ମୁଁ ଜଳେ

ଅନୁତାପରେ ମୁଁ ଜଳେ

1 min
158


ନିରଞ୍ଜନା ତଟ ସିକ୍ତ ମାଟି ମୁଁ 

ବିନା ମେଘରେ ବି ଭିଜେ, 

ତୁମରି ସ୍ମୃତିର ନୁପୂର ନିକ୍ବଣେ 

ଅତୀତକୁ ମୋର ଖୋଜେ। 


ମୁଁ ଏକ ଅତୀତ ତୁମ ଇତିହାସେ

ନାହିଁ ମୋ ପୁନରାବୃତ୍ତି, 

ପଶ୍ଚାତ୍ତାପରେ ମୁଁ ଜଳୁଛି ଜଳିବି

ବେଦନା ମୋ ଇତିବୃତି। 


ତୁମେ ଗଲା ପରେ ମୋ ବେଦନା ରାଶି 

ବନିଯାଇଛନ୍ତି ମୋର ଅସ୍ଥି ମଜ୍ଜାଗତ, 

ବାହାରେ ବର୍ଷା, ମୋ ଭିତରେ ଜ୍ବଳନ 

ଭାଗ୍ଯ ମୋର ରାହୁ-ଗ୍ରସ୍ତ। 


ମୋ ଭିତରେ ତୁମେ ଜଡି ରହିଅଛ 

ପୁଷ୍ପ ସୁଗନ୍ଧ ସରି, 

ଏବେ ବି ଶ୍ରାବଣେ ତପ୍ତ ମୋ ମନ 

ତୁମରି ସ୍ମୃତିକୁ ସ୍ମରି। 


କୋହରେ ତୁମେ ମୁଁ କୁହୁଡ଼ି ରେ ହଜା 

ଆତ୍ମ ପ୍ରତ୍ଯୟଟିଏ, 

ନିଜ ଛାଇ କରେ ଆତ୍ମ ପ୍ରତାରଣା 

(ତୁମ) ଲୁହରେ ମୁଁ ଜଳୁଥାଏ। 


ଅବିଶ୍ବାସ ରୂପୀ କୀଟ ଯେବେ ଠାରୁ 

ସଂପର୍କରେ ଆମ ମେଲି ଦେଲା ତା'ର କାୟା, 

ତୁମେ ବନିଥିଲ ଉତ୍ତର ମେରୁ.. 

ମୁଁ ଦକ୍ଷିଣ ମେରୁର ନିର୍ବାକ ହୀମ ଛାୟା। 


ଅଫେରା ନଈ ମୁଁ ବହି ଗଲି ସିନା

ଭାଗ୍ଯରେ ଯେଣୁ ନଥିଲା ସାଗର ପ୍ରାପ୍ତି, 

ହଜି ଗଲି ଦୂର ମରୁଭୂମିରେ ମୁଁ 

ଉଜୁଡିଗଲା ମୋ ଜୀବନ ତ୍ରିକୋଣମିତି। 


ତୁମେ ବି ଏକାକୀ, ମୁଁ ବି ତ ଏକା 

ମଝିରେ କାଚର କାନ୍ଥ, 

କ୍ଷଣିକର ଉତ୍ତେଜନା ବଶବର୍ତ୍ତୀ 

ଦୁଇ ଆତ୍ମା ଆମ 

ଅନୁତାପେ ଜୀବନ୍ମୃତ। 


ଅନୁତାପ ଦାବାନଳରେ ଜଳିବା 

ନିୟତିର ଏ ବିଚାର, 

ଅହମିକା ଲାଗି ଶାସ୍ତି ପାଇଁ ମୁଁ 

ମଥା ପାତି ଦେଲି ମୋର। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance