ଅନୁତାପ
ଅନୁତାପ


ନିଜ ଭୁଲ୍ ପାଇଁ ଅନୁତାପ
କରି ବଞ୍ଚିବା ଯେ ଶ୍ରେୟ ,
ଅନୁତାପ ନିଆଁ ରେ ଜଳି ଜଳି
ବଞ୍ଚିବା ହିଁ ତ ଜୀବନ ।
ଜୀବନ ରଙ୍ଗମଞ୍ଚ ରେ ଭେଟ ହୁଏ
ଅନେକ କଳାକାର ସହ,
ସ୍ବାର୍ଥ ର ଚରିତ୍ର ସରିଗଲେ
କେହି ତ କାହାରି ନୁହଁ ।
ଭୁଲ୍ କରି ନିଜ ଦୋଷକୁ ଆଡେଇ
ଅନେକ କରନ୍ତି କୁକର୍ମ,
ଅନୁତାପ କରି କ୍ଷମା ମାଗିବା
ହିଁ ତ ମଣିଷ ର ଧର୍ମ ।
ଭଦ୍ରମୁଖା ପିନ୍ଧା ଅଛନ୍ତି କେତେ
କାଟନ୍ତି ଜୀବନ କରି ଅନେକ
ପାପ,
ଛୁଇଁ ପାରେ ନାହିଁ କେବେ ତାଙ୍କୁ
ଅନୁତାପ ର ସେ ଛାପ ।
ପାଚେରୀ ହେଇ ହୁଏ ଠିଆ
ନିଜର ଗର୍ବ, ଅହଙ୍କାର ,
ନିଜ ଭୁଲ୍ ସୁଧାରିବାକୁ
ହୁଅ ସଦା ତତ୍ପର ।
ଅନୁତାପ କରି ହୁଏ ନାହିଁ ଛୋଟ
କେବେ ବ୍ୟକ୍ତିତ୍ଵ ତୁମର,
ଭୁ୍ଲ କରି ଅନୁତାପ କରେ ଯେ
ଜି ଣେ ହୃଦୟ ସେ ସଭିଙ୍କର ।
ବେଳେବେଳେ ଅନୁତାପ ର ବହ୍ନି
ଛାରଖାର କରେ ଜୀବନକୁ,
ମନୁ କରେ ଦୂର ସେ
ଗର୍ବ ଅହଙ୍କାର ର ସେତୁ କୁ । । । ।