Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Barsha Swain

Romance Fantasy

4.3  

Barsha Swain

Romance Fantasy

ଅନୁଭୂତିରୁ ପଦେ

ଅନୁଭୂତିରୁ ପଦେ

1 min
209


ଏଇ ଦୁଇ ଆଖି ଦିନେ

ତୁମ ଦୁଇ ଆଖିରେ ନୀଳସାଗର ଦେଖିଥିଲା

ହେଲେ ସେ ସାଗରର ଅତଳ ଜଳରେ 

ସେଯେ ବୁଡିଯିବ ତାହା କଳନା କରିନଥିଲା ।


ଏଇ ନିଃସହାୟ ମନ ଦିନେ

ତୁମ ମନର ସାହାରା ଖୋଜିଥିଲା

ହେଲେ ସହାରା ଖୋଜି ସେ ଯେ

ସବୁଦିନ ପାଇଁ ବେସାହାରା ହେଇଯିବ

ତାହା ତାକୁ ଜଣା ନଥିଲା ।


ଏଇ କଳା ବଉଦ ଦିନେ

ନୀଳ ଆକାଶକୁ ଭରସା କରିଥିଲା

ହେଲେ ବରଷା ଋତୁ ଚାଲିଗଲେ

ନୀଳ ଆକାଶରେ ସେ ଯେ ସ୍ଥିତିହୀନ

ସେଇଟା ତାର ଅବୁଝା ଥିଲା ।


ଜୀବନର ଏଇ କିଛି ଅବୁଝା 

ଅସଜଡା ଅଡୁଆ ଅଛିନ୍ଡା ଅଙ୍କକୁ

କଷୁ କଷୁ ଜୀବନ ମତେ 

ନୂଆ ଅନୁଭୂତି ଦେଇଗଲା। 



Rate this content
Log in

Similar oriya poem from Romance