STORYMIRROR

Minati Rath

Romance

3  

Minati Rath

Romance

କଥା ଦିଅ

କଥା ଦିଅ

1 min
329

ଏ ଜନମେ ନ ହେଲା ନାହିଁ

କଥା ଦିଅ ଆର ଜନ୍ମ ପାଇଁ

ତୁମେ ଯଦି ଜହ୍ନ ହେବ

ମୁଁ ହେବି ନୀଳକଇଁ


ବିଭାବରୀ ପଣତରେ

ଦୁନିଆଟା ଶୋଇଗଲା ପରେ

ତୁମେ ଥିବ ମୁଁ ଥିବି

ପଲକ ପଡ଼ିବ ନାହିଁ

ପ୍ରେମ ଆମ ଥିବ ଉଜାଗର

ତୁମେ ଝରାଉଥିବ ଶିଶିର

ମୁଁ ଓଢ଼ଣା ଖୋଲି ଦେଇ

ଭିଜୁଥିବି ପ୍ରୀତିର ବର୍ଷାରେ


ଏ ଜନମେ ନ ପାଇଲି ନାହିଁ

କଥା ଦିଅ ଆର ଜନ୍ମ ପାଇଁ

ତୁମେ ହେଲେ ମହୋଦଧି

ମୁଁ ହେବି ବେଳାଭୂଇଁ


କେତେ ନଦୀ ଆସୁଥିବେ

ତୁମର ସାନ୍ନିଧ୍ୟ ପାଇଁ

ତୁମେ କିନ୍ତୁ ଖେଳୁଥିବ

ମୋ' ସାଥିରେ ଲୁଚକାଳି

ପ୍ରୀତିଭରା ଆଲିଙ୍ଗନ ପାଇଁ

ସୁନୀଳ ରୂପ ସୁନ୍ଦର

ଦେଖି ତୋଷ ହେଉଥିବି

ରାଧା ଭାବି ଏ ମନକୁ ମୋର


ଏ ଜନମେ ନ ହେଲା ନାହିଁ

କଥା ଦିଅ ଆର ଜନ୍ମ ପାଇଁ

ମୁଁ ଥିବି ତୁମ ପାଇଁ

ତୁମେ ଥିବ ମୋ' ପାଇଁ


ମନରେ ମନ ମିଶିବ

ହାତରେ ହାତ ମିଶିବ

ସମୟ ଓଲଟି ଯିବ

ସ୍ବପ୍ନ ଆମ ହଜିବନି

ନୂଆ କିଛି ସ୍ବପ୍ନ ଗଢିଦେବା

ଜୀବନକୁ ବଞ୍ଚିଯିବା ଆମେ

ଫେରିବି ମୁଁ ତୁମ କୋଳେ

ତୁମେ ଥିବ ମୋ ପ୍ରତୀକ୍ଷାରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance