STORYMIRROR

Goutam Mohanty

Romance

3  

Goutam Mohanty

Romance

ତୀର୍ଥମାଟି

ତୀର୍ଥମାଟି

1 min
105


ହେ ସାଥୀ...

ଅନେକ ଥର ଏ ମାଟିକୁ

ଚୁମ୍ବନ ଦେଇଛି, ତଥାପି

ଚୁମ୍ବନ କରିବାର ମୋହ

କେବେ କି କମିଯାଉଛି..?


ମୁଁ ଜାଣେ

ତୁମେ ଥିଲେ ପଚାରନ୍ତ ପ୍ରଶ୍ନଟିଏ,

ଏମିତି ମୁଁ ମୋହଗ୍ରସ୍ତ କାହିଁକି...?


ମୋତେ ତୁମେ ପାଗଳ କହିପାର

କିନ୍ତୁ ଏହାହିଁ ତୁମ ପ୍ରଶ୍ନର ଏକମାତ୍ର ଉତ୍ତର...


ଯେଉଁ ମାଟିରେ ତୁମେ ପାଦଥାପି

ମୋର ତମାମ ମୁହୂର୍ତ୍ତ ସବୁକୁ

ଆଶ୍ବାସିତ କରିଥିଲ

ମୋ ହାତରେ ତୁମ ହାତ ରଖି...


ସେଇ ସ୍ମୃତି ମହମହ ଯେଉଁଠି ବାସେ

ସେ ମାଟି ମୋ ଲାଗି ତୀର୍ଥକ୍ଷେତ୍ର ନୁହେଁ କି..?

              


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance