ତୁମେ ଅନନ୍ୟ
ତୁମେ ଅନନ୍ୟ
ଅସରନ୍ତି ବକବକକୁ ମୋର
ବରଦାସ୍ତ କରୁଥିବା ତୁମେ ।
ଶେଷହୀନ ଅଳି ଅଭିଯୋଗକୁ ମୋର
ହସି ହସି ସହି ଯାଉଥିବା ତୁମେ ।
ପ୍ରୀତିର ପରିଜାତକୁ ମୋର
ହୃଦଲଗ୍ନା କରିଥିବା ତୁମେ ।
କୋହକୁ ଚାପି ରଖି ତୁମର
ମୋ ଖୁସିରେ ସୁଖୀ ହେଉଥିବା ତୁମେ
ସତରେ ଅନନ୍ୟ
ମୋର ଚିର ନାମସ୍ୟ ।

