ବଞ୍ଚିବା ଶିଖିଲି
ବଞ୍ଚିବା ଶିଖିଲି
ବାଟବଣା ହୋଇ ଯେବେ ଖୋଜୁଥିଲି
ମୋ ଜୀବନ ଗତିପଥ
ଆସିଲୁ ଜୀବନେ ପରୀଟିଏ ହୋଇ
ଧରିଲୁ ଜୀବନ ନାଆର କାତ l
ତୃଷାର୍ତ୍ତ ହୋଇ ମୁଁ ଉଡ଼ି ବୁଲୁଥିଲି
ନୀଳ ଆକାଶରେ ଏକା
ବରଷା ହୋଇ ତୁ ଭିଜେଇଲୁ ମୋତେ
ସାଜି ମୋ ମନର ନାୟିକା l
ହାରି ଯାଇଥିଲି ଜୀବନ ଯୁଦ୍ଧରେ
ବଞ୍ଚିଥିଲି ଖାଲି ମରିବା ପାଇଁ
ଖୁସିର ଜୁଆର ଆଣିଲୁ ଜୀବନେ
ହାତ ଧରି ମୋତେ ନିଜର କରି l
ଦେଉଛି କଥା ଲୋ ଜିଇଁଵି ତୋପାଇଁ
ମରଣ ହେଉ ମୋ ତୋହରି ପାଇଁ
ଦୁନିଆ ଯାକର ସୁଖ ଆଣିଵି ଲୋ
ନିଜ ଜୀବନକୁ ବନ୍ଧା ପକାଇ l

