STORYMIRROR

Seetaram Dash

Romance

3  

Seetaram Dash

Romance

ଶବ୍ଦର କୋଣାର୍କ

ଶବ୍ଦର କୋଣାର୍କ

1 min
133

ତୁମ ପାଇଁ ଆଜି କୋଣାର୍କ ଗଢିବି,

    ଶବ୍ଦକୁ ସ୍ତୁପ କରି।

ଯୁଗ ଯୁଗ ପାଇଁ ଅମର ରହିବ,

    କେହି ହେବେନି ତା ସରି।


ନିହାଣ ରୂପକ ଲେଖନୀକୁ ଧରି,

    ସଦା କାଳ ଗଢୁଥିବି।

କ୍ଲାନ୍ତ ଶ୍ରାନ୍ତ ହୋଇ ଥକି ମୁଁ ପଡିଲେ,

    ତୁମରି ସାହାରା ନେବି।


କଳାର ସେ ସୌଧ ଚିର ଅମଳିନ,

    ଯୁଗ ଯୁଗାନ୍ତର ପାଇଁ।

ସ୍ମୃତିର ଫର୍ଦ୍ଦରେ ଉଙ୍କି ମାରୁଥିବ

    ଶାଶ୍ୱତ ପ୍ରେମ ହୋଇ।


ତୁମେ ହିଁ ହୋଇବ ଶ୍ରେଷ୍ଠ କଳା କୃତି,

     ମୁଁ ତାର କାରିଗର।

ମୁଁ ତୁମ ଶିଳ୍ପୀ ତୁମେ ମୋର ଶିଳ୍ପ,

      ଚାହିଁଥିବା ପରସ୍ପର।


ମନରେ ବି ତୁମେ ପ୍ରାଣରେ ବି ତୁମେ,

      ଭାବନାରେ ଥିବ ତୁମେ।

ଅଜଣା ରାଇଜେ ଅଜଣା ପୁଲକେ,

      ହଜି ଯାଉଥିବା ଆମେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance