STORYMIRROR

Gunanidhi Samal

Romance

3  

Gunanidhi Samal

Romance

ଚିଠି

ଚିଠି

1 min
225

ପାଇଥିଲି ଯେଉଁ ନେଳି ଅକ୍ଷରରେ

ଗୋଲାପୀ ରଙ୍ଗର ଚିଠି

ଅତି ଯତନରେ ହୃଦୟ କନ୍ଦରେ

ରଖିଛି ତାହା ସାଇତି,

କିଏ ଦେଇଥିଲା କାହାକୁ ସେ ଚିଠି

ନଥିଲା ତାହାର ପତା

ଲେଖିଥିଲା କିନ୍ତୁ ମନ ଗହନର

ଅକୁହା ଆବେଗ କଥା,

ସେ'ଚିଠିରେ ପୁଣି କିଏ ଦେଇଥିଲା

ବିଦେଶୀ ଅତର ଛିଞ୍ଚି....

ପାଇଥିଲି ଯେଉଁ.............।

ଡାକବାଟ ଦେଇ ଆସିଥିଲା କିବା

ନଥିଲି ମୁଁ'ଯେବେ ଘରେ

ଚାଲି ଯାଇଥିଲା ଡାକବାଲା ଆସି

ଫିଙ୍ଗିଦେଇ ଅଗଣାରେ,

ଲେଖା ହୋଇଥିଲା ଭଲପାଏ ବୋଲି

ଜନମ ଜନମ ପାଇଁ

ଏଇ ଜନମରେ ନ' ହୋଇବ ଯଦି

ଆରଜନ୍ମେ ଥିବି ଚାହିଁ,

ପାନ ପତର ରେ' ତୀର ଚିହ୍ନଟିଏ

ତଳେ ଦେଇଥିଲା ଆଙ୍କି....

ପାଇଥିଲି ଯେଉଁ................।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance