Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

kahnu charan sahu

Romance

1.7  

kahnu charan sahu

Romance

କିମିଆ କରିଛି

କିମିଆ କରିଛି

1 min
254



ନଈ ଆରପାରି ସରଗର ପୁରୀ

ମୋ ପ୍ରିୟା ମାନିନୀ ଘର

ଚତୁଃପାର୍ଶ୍ଵ ଘେରା ସବୁଜ ବନାନୀ

ଦେଖିବାକୁ ମନୋହର ।


ଲାଜର ଓଢଣା ଢାଙ୍କି ହୋଇଥାଏ

ସରମୀ ଦେହରେ ତାର

ଅଳପ ହସିଲେ ମହୁ ଝରୁଥାଏ

ଗୋଲାପୀ ଅଧରୁ ତାର ।


ମୋ ମନ ମୟୂରୀ ସପନ ସୁନ୍ଦରୀ

ହୃଦୟେ କରିଛି ଘର

ସଞ୍ଜ ହେଲେ ନିତି ଖିଆଲି ମନରେ

ଆସୁଛି ସପନ ତାର ।


କିମିଆ କରିଛି ତା'ରୂପ ଚାହାଣୀ

କରିଛି ହୃଦୟ ଚୋରୀ

ପାଗଳ ମୋ ମନ ସାରା ରାତିଦିନ

ହେଉଥାଏ ତାକୁ ଝୁରି ।।



Rate this content
Log in

Similar oriya poem from Romance