ଅନୁଭୂତିର ଇନ୍ଦ୍ରଧନୁ
ଅନୁଭୂତିର ଇନ୍ଦ୍ରଧନୁ
କଥା କୁହା ଆଖି
ସବୁବେଳେ ମୁହଁ ରେ ତା'ର ଆତ୍ମ ସନ୍ତୋଷ ର ଚେନାଏ ହସ
ସମସ୍ତଙ୍କୁ ଲାଗେ ପାଗଳ ହସ
ଛଳ ଛଳ ଲୋତକ ଭରା ଚାହାଣୀ ରେ
ଆଉ ଭୁଲ୍ କରିବିନି ର ଆଭାସ
ମୁଁ କିନ୍ତୁ ପାଖେ ନାହିଁ
କଞ୍ଚା ଆମ୍ବ ପୁଳିଏ,କଟାହୋଇଚି ଆଚାର ପାଇଁ ଥୋଡେ
ଏକୁଟିଆ ବସିଛି
ସପନ ତ ନୁହେଁ, ଯେମିତି ରହସ୍ୟର ମାଳା
ଗୁନ୍ଥି ବାରେ ସୂତା ଅଡ଼ୁଆ ହୋଇଯାଉଛି
ସମସ୍ତଙ୍କର ଲାଞ୍ଛନା କିଛି କରିବନି
ମୋର ଆଉ ଯାଏ ଆସେ କ'ଣ
ଛଳ ଛଳ ଆଖି
ଆଉ କାହାର ଦାନ
ମାଁ ମୁଁ ନୁହେଁ
ଆଉ ଜଣେ କିଏ
ପରିବା ବିକାଳିର ପୁଅ ।