STORYMIRROR

Rabindra kumar Sahoo

Tragedy

3  

Rabindra kumar Sahoo

Tragedy

ଅନୁଭୂତି

ଅନୁଭୂତି

1 min
206

 

  ଜୀବନ ସଂଘର୍ଷର ସମାହାର

  ସମଷ୍ଟି କେତେ ଘାତ ପ୍ରତିଘାତର

  ତା ମଧ୍ୟେ ଯେଉଁ ଶିକ୍ଷା 

  ସେ ମଧ୍ୟେ ସୃଷ୍ଟ ଯେଉଁ

   ସୁନୀତି ଦୁର୍ନୀତି

  ତା'ର ଅନ୍ୟ ନାମ

   ଆମ ସଭିଙ୍କ ଜୀବନ ଅନୁଭୂତି ।


  କେତେ ରୋମାଞ୍ଚକର

  ଏ ଜୀବନ ସ୍ଥିତି ପରିସ୍ଥିତି

  ଲାଭ କ୍ଷତିର ହିସାବ ମଧ୍ୟେ

   ଉପୁଜେ ଜୀବନ ଜୀବିକାର

   ଯେଉଁ ଦୁଃସ୍ଥିତି ଓ ଦୁର୍ଗତି

   ସଫଳତା ଓ ବିଫଳତାର

   ଯେଉଁ ମଧୁର ସ୍ମୃତି

  ତା'ର ଅନ୍ୟ ନାମ ବୋଧହୁଏ

   ଜୀବନର ଅନୁଭୂତି ।


  ମାଟି ଓ ମାଆର ସ୍ନେହ ବୋଳା ପ୍ରୀତି

   ପ୍ରାଣ ପ୍ରିୟା ପ୍ରେମିକା ଠାରୁ 

   ଧୋକା ଖାଇବାର ଯେଉଁ

   ଦୁଃଖଦ ପରିବେଶ ହୁଏ ସୃଷ୍ଟି

   ସେଥିରୁ ଆମେ ଶିକ୍ଷା କରୁ 

   ଅନେକ ସଂସାରେ

   ବଞ୍ଚିବା ମରିବାର ସଂସ୍କାର ନୀତି

   ସେ ହୁଏ ତ ପାଲଟି ଯାଏ

   ଆମ ଜୀବନ ନାଟକର ଏକ 

    ଆମ ଜୀବନ ଜୀବିକା ଓ ଚଳଣିର

    ମହା ସଂସ୍କାର ଓ ସଂସ୍କୃତି

   ଏଇ ହୁଏ ତ ଆମ ସଭିଙ୍କ

   ଜୀବନର ଅନୁଭୂତି ।

   

  ଜୀବନ ଜଞ୍ଜାଳେ ଛନ୍ଦି ହୋଇ ହୋଇ

   ମିଛ ଅଭିନୟୟେ ଘାଣ୍ଟି ହୋଇ ହୋଇ

  ସମ୍ପର୍କକୁ ଆମେ ସବୁ ଭୁଲିଯାଇ

  ଧନ ଜୀବନ ଯୌବନର ମୋହକୁ ନେଇ

   ବଞ୍ଚିବାର ଯେଉଁ କଳା କୌଶଳ

  ପାଇବା ହରାଇବାର ଯେଉଁ

   ଶେଷ ପରିଣତି

  ତା'ର ନାମ ବୋଧହୁଏ

  ଆମ ସଭିଙ୍କ ଜୀବନର

  ଏକ ଏକ ଅଭୁଲା ଅନୁଭୂତି ।


  ଛନ୍ଦ କପଟ ବିହୀନ ଜୀବନ

   କଳୁଷିତ ସମାଜରେ

  ବଞ୍ଚିବା ଦୂରୁହ ବ୍ୟାପାର ଜାଣ

 ସତ୍ୟ ନ୍ୟାୟ କୁ ଦ୍ଵାହି ଦେଇ

  ଅସତ୍ୟ ଅଧର୍ମ ମଧ୍ୟେ

  ଜୀବନର ଡଙ୍ଗା ବାହି

  ବଞ୍ଚିବାର ଏକ ସତ୍ୟା ସତ୍ୟ ଉକ୍ତି

   ଅଟେ ଏ ଜୀବନ ଯନ୍ତ୍ରଣା ସଙ୍ଗୀତର

   ଏକ ମହା ଅନୁଭୂତି ।

  

 ଏଠି ଆନନ୍ଦ କମ୍ ବିଷାଦ ବେଶୀ

  ମନ ଓ ହୃଦୟକୁ ଦିଏ ପ୍ରତିଶ୍ରୁତି

  ପ୍ରେମ ନାମେ ପ୍ରତାରଣା ଦିଏ

  ଅଧିକ ପ୍ରତିଶ୍ରୁତି 

  ପ୍ରିୟା ଓଠର କୃତ୍ରିମ ହସ

  ହୃଦୟେ ଆଣେ ଅନେକ ଭୀତି

  ପ୍ରତାରଣା ମଧ୍ୟେ ଜୀବନ ଆରମ୍ଭ ଏଠି

  ଜୀବନର ହୋଇଥାଏ ଇତି 

 ବନ୍ଧୁ ବାନ୍ଧବ ସଖା ସହୋଦର 

  ହୃଦୟ ବିଦାରକ ଘଟଣା ଘଟାଇ

  ନିଜ ସ୍ଵାର୍ଥ ଅର୍ଥ ଓ ସ୍ଵାଭିମାନକୁ

  ଚରିତାର୍ଥ କରିବାକୁ

  ସମ୍ପର୍କକୁ କରନ୍ତି ତିକ୍ତ 

  ଏହି ବୋଧେ ଜୀବନର

  ସର୍ବଶ୍ରେଷ୍ଠ ଅନୁଭୂତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy