STORYMIRROR

Susanta kumar Patra

Tragedy

4  

Susanta kumar Patra

Tragedy

ଅନ୍ତରର ଦୁଃଖ

ଅନ୍ତରର ଦୁଃଖ

1 min
135

ଅନ୍ତରର ଦୁଃଖ

ତୋର କ୍ରନ୍ଦନ ଟିକିଏ ଶୁଣିବା ପାଇଁ

ମୁଁ କେତେଜେ କାନ୍ଦିଚି.......

କେତେଜେ ଅପମାନ ପାଇଛି...

କେତେଜେ ନେହୁରା ହୋଇଛି...

ସେ କଥା...

ତୁ କେବେ କଣ ଜାଣି ପାରିବୁ?

ନା ଅନ୍ତରର ଲୁହକୁ ବୁଝି ପାରିବୁ?

କେବଳ ଏକ କର୍ତ୍ତବ୍ୟର ନାମ ଦେବୁ ତୁ ।

ତୁ ବୁଝିବା ବେଳକୁ ହୁଏତ ମୁଁ ନଥିବି,

ଥିବି ଜଦି କାନ୍ଥରେ ଚିତ୍ର ହୋଇ,

ବା ଘରର କୋଉ କଣରେ ଅସ୍ଥି ହୋଇ ।

ବା ଗଙ୍ଗାରେ ମୋତେ ଦେଇଥିବୁ ଭସେଇ

ମୁଁ କିନ୍ତୁ...

ଛାଡି ଯାଇଥିବି ତୋରି ପାଖରେ,

ଖୁସି ବେଳର ସେଇ ଅଭିନୟ ଚିତ୍ର,

ଦୁଃଖର ଚିତ୍ରକୁ କେମିତି ସାଇତିବୁ

ତୁ ତୋର ଘରରେ ?

ତୁ ପରା ଦେଖେଇବୁ ସମାଜକୁ,

ମତେ କେତେ ଭଲପାଉ।

କେତେ ଶ୍ରଦ୍ଧା କରୁ ଅନ୍ତରରୁ ।

କାରଣ ଏଇ ଦୁନିଆ ଅଟେ ବିଚିତ୍ର,

ଏଇଠି ପୂଜା ପାଏ ଫଟୋ ଚିତ୍ର,

ଆଉ ଅଲୋଡ଼ା ହୁଏ ଜୀବନ୍ତ ଚରିତ୍ର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy