STORYMIRROR

Susanta kumar Patra

Inspirational

3  

Susanta kumar Patra

Inspirational

ମୁକ୍ତିର ପଥ

ମୁକ୍ତିର ପଥ

1 min
357


ଦଇବ ଠୁ ବଡ କିଏ ତ ନାଇଁ, 

ମିଛରେ କାହଁକି ଦେଖ ବଡାଇ, 

ସ୍ୱାର୍ଥ ପାଇଁ ଅନ୍ୟକୁ ଦଉଛ କନ୍ଦାଇ 

ଇଏ କେମିତିକା ମଣିଷ ପଣିଆ ଭାଇ? 


ସ୍ୱାର୍ଥକୁ ସାରଥୀ କରିଚ ତୁମେ, 

ଅର୍ଥକୁ ଅଳଙ୍କାର ଭାବୁଛ ତୁମେ, 

ଅର୍ଥ ଅଳଙ୍କାର ଶରୀରେ ଧାରଣ କରି, 

ଭାବୁଛକି ସଂସାରରୁ ହୋଇବ ପାରି? 

ଏଇତ ତୁମର ଭ୍ରାନ୍ତ ଧାରଣା,  

ଭୋଗିବରେ ଭାଇ ନର୍କ ଯନ୍ତ୍ରଣା |


ପରୋପକାର ମନ୍ତ୍ରକୁ ଜପ, 

ପାଇବ ନିଶ୍ଚୟ ମୁକ୍ତିର ପଥ, 

ଅସହାୟ ଲୋକକୁ ସାହାଯ୍ୟ କଲେ, 

ଜନ୍ମ ତୁମର ସାର୍ଥକ ହୋଇବ ଭଲେ |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational