STORYMIRROR

Susanta kumar Patra

Others

4  

Susanta kumar Patra

Others

କେମିତିକା ନୂଆ ବରଷ

କେମିତିକା ନୂଆ ବରଷ

1 min
416


ନୂଆ ବରଷ, ନୂଆ ବରଷ 

ତୁମେ କୁହତ

ତୁମେ କେମିତିକା ନୁଆବରଷ ?

ତୁମକୁ ସ୍ବାଗତ କରିବାକୁ, 

କାହିଁକି ମଣିଷ ବ୍ୟାକୁଳିତ?

ତା ପାଇଁ ପ୍ରତ୍ୟକ ସମୟ ନୂତନ ଅଟେ, 

ତଥାପି ସିଏ ଅପେକ୍ଷା କରିଛି ତୁମକୁ , 

ତୁମେ ଆସିଲେ ତୁମକୁ ଉପଭୋଗ କରିବ 

ତୁମକୁ ସ୍ପର୍ଶକରି ନୂତନ ସପଥ ନବ? 

ନୂତନ ସ୍ବପ୍ନ ପାଇଁ ନିଜକୁ ପରିମାର୍ଜିତ କରିବ? 


ପୂର୍ବ ବର୍ଷ ନେଇଥିବା ସପଥ 

ସିଏ ସଫଳ କରିଚିତ? 

ନା ତୁମର ନାମ ନେଇ 

ନିଜକୁ ନିଜେ କରୁଛି ପ୍ରତାରିତ? 

ରେ ମଣିଷ ନୂଆ ବର୍ଷକୁ ସ୍ୱାଗତ କରିବାକୁ, 

ନହଉ କିଏ ବ୍ୟାକୁଳିତ? 

କାରଣ,

ପ୍ରତ୍ୟେକ ସମୟ ଅଟେ ନୂତନ,  

ସମୟ ସବୁଠୁ ମୂଲ୍ୟବାନ, 

ସିଏତ ଗୋଟିଏ ତାରିଖ ମାତ୍ର, 

ନା ଅଟେ ନୂତନ ନା ଅଟେ ପୁରାତନ, 

ସିଏ ଆସୁଥିବ ସବୁ ବର୍ଷ ସମାନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍