STORYMIRROR

Susanta kumar Patra

Crime Others

3  

Susanta kumar Patra

Crime Others

ନିର୍ଭୟା ଦୋଷୀ

ନିର୍ଭୟା ଦୋଷୀ

1 min
11.9K


ଆମର ଆଇନ କିଛିତ ଦେଖେନି,


ନିଷ୍ପତି ଦେଉଥାଏ ସିଏ ଶୁଣି ଶୁଣି,


ଆଖିରେ ଅନ୍ଧ ପୁଟୁଳି ସିଏ ବାନ୍ଧିଣ,


ନ୍ୟାୟ ଆମକୁ ସିଏ ଦେଉଛି ଜାଣ,


ସେଇଥିପାଇଁ ନିର୍ଭୟାର ଦୋଷୀ


ଯାଆନ୍ତି ଖସି,


ହସନ୍ତି ସେମାନେ ହାଜତରେ ବସି |

ଏପଟେ ନିର୍ଭୟା ମା କରେ ଚି଼କ୍ତାର,


ଆଖିରୁ ଲୁହ ତାର ବହେ ଧାର ଧାର,


ଗୁହାରି କରୁଥାଏ ସେ ବାରମ୍ବାର,


କହୁଥାଏ ମୋ ଝିଅକୁ ନ୍ୟାୟ ଦରକାର |


ତାର କଥା କିଏବା ଶୁଣୁଛି,


ତାର ଦୁଃଖ କିଏ ବା ଦେଖୁଛି,


ଏଇଠି ଆଇନତ କଳା ଚଷମା ପିନ୍ଦିଛି,


ସିଏ ଶୁଣି ଶୁଣି ନିଷ୍ପତି ଦେଉଛି,


ସେଇଥିପାଇଁ ନିର୍ଭୟା ଦୋଷିର ଫାଶି


ଘୁଞ୍ଚି ଘୁଞ୍ଚି ଯାଉଛି,


ଗୋଟିଏ ପରେ ଗୋଟିଏ ତାରିଖ ମିଳୁଛି |


ଆଜି ମନରେ ପ୍ରଶ୍ନ ଉଠୁଛି?


ନ୍ୟାୟ ପାଇବାପାଇଁ ନ୍ୟାୟାଳୟକୁ ଆସି


ମୁଁ କି ସତରେ ଭୁଲୁ କରିଛି?


ସେଇଥିପାଇଁ କଣ ମତେ


ତାରିଖ ପରେ ତାରିଖ ମିଳୁଛି?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Crime