Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Classics Crime Inspirational

3  

Satyanarayan Sahoo

Classics Crime Inspirational

ହସ ଅଦାଲତ

ହସ ଅଦାଲତ

1 min
197



ହଟିଆ , ନଟିଆ ବଟିଆ , ପାଡ଼ରା

ହୋଇ ଦିନେ ଏକ ମେଳ

ହସ ଅଦାଲତ ଗଠନ ପାଇଁ କି

ଆଲୋଚନା ସଭା ଠୁଳ ।

କରିବା ଦିଗରେ ଆପଣା ଜୀବନେ

ଅନେକ ଅନେକ ତର

ପ୍ରଚେଷ୍ଟା ଉଦ୍ୟମ ଜାରି ରଖି ଶ୍ରମ

କରି ନିତି ଦିନ ଖେଳ ।

ଖେଳିବା ଆରମ୍ଭ କଲେ ସେ ଅନେକ

 ପ୍ରକାର ବ୍ୟବସ୍ଥା କାଢି 

ଲୋକ ବାକ ମେଳେ କହି ଓ ମତାଇ

ହସ ଅଦାଲତ ଗଢି ।

ସହଜ ସୁଲଭ ମୂଲ୍ୟରେ ବିଚାର

କଲେ ନାନା ମାମଲା ର

ନ୍ୟାୟଜ୍ଞ ବେଉସା ବୁଡି ଯିବ ବୋଲି

ଦେଖି ତାଙ୍କ କାର ବାର ।

 ଶଙ୍କିତ ଚିତ୍ତ ରେ ନ୍ୟାୟଜ୍ଞେ ଚିନ୍ତିଲେ

କି , ବୁଦ୍ଧି କରିବା କହ

ବହୁ କଷ୍ଟ କରି ନ୍ୟାୟ ପାଠ ପଢି

ଦେଇ ନ ପାରିଲୁ ନ୍ୟାୟ ।

ମୁଦଲା ମୁଦେଇ ଆମଠୁ ପଳାଇ

ହସ ଅଦାଲତେ ଶୀଘ୍ର 

ଅଳପ ଖରଚେ ସହଜ ଉପାୟେ

ପାଇ ଚାଲି ଛନ୍ତି ନ୍ୟାୟ ।

 କି କରିବ। ଆମେ ବୁଡିବ ଆମର

ନ୍ୟାୟଜ୍ଞ ବିଧି ବ୍ୟବସ୍ଥା

ଯେତେ ସବୁ ଗଣ୍ଡ ମୁରୁଖ ମୁସୁଣ୍ଡ

ଆମ କୁ କଲେ ହୀନସ୍ତ। ।

ଲୋକ ଙ୍କୁ ସେମାନେ ବୁଝାଇ ଅଛନ୍ତି

ଦେଖାଇ ନାନା କାରଣ

ଦଉଡି ଦଉଡ଼ି ଜୋତା ଯାଏ ଛିଡି

କଳି କରି ଅକାରଣ ।

ହସ ଅଦାଲତେ ନିଖୁଣ ଭାବରେ , 

ନ୍ୟାୟଜ୍ଞ ପୋଷନ୍ତି ଜନ

ମୁଦେଇ ମୁଦ।ଲା ମାନଙ୍କ ଠୁ ଲାଭ

ଉଠାନ୍ତି ନ୍ୟାୟଜ୍ଞ ଗଣ ।

ହସ ଅଦାଲତ ଗଠନ ହୋଇଣ

କମି ଯାଏ କଳି ନିତି

ଖାଇ ସାରିଛୁ ତ ' ପାପ ଧନ ମାନ

ନିତି ନିତି କିଳା ପୋତି ।

କି ଉପାୟ କରି ଧନ ଲୁଟି ହରି

ଅରଜିବୁ ଯଶ ମାନ

 ଖୋଜି ଖୋଜି କର ଉପାୟ ବାହାର

ଆହେ ହେ , ନ୍ୟାୟଜ୍ଞ ଜନ ।



Rate this content
Log in

Similar oriya poem from Classics