STORYMIRROR

LALIT MOHAN DASH

Abstract Crime Inspirational

3  

LALIT MOHAN DASH

Abstract Crime Inspirational

ହେ ମଣିଷ କାହିଁକି ହେଉଛ ନୃଶଂସ

ହେ ମଣିଷ କାହିଁକି ହେଉଛ ନୃଶଂସ

1 min
194


ହେ ମଣିଷ କାହିଁକି ହେଉଛ ନୃଶଂସ


ହେ ମଣିଷ କାହିଁକି ହେଉଛ ନୃଶଂସ।


ଧରମ ଦାଣ୍ଡ ଆଗରେ ପଡ଼ିଛି ହେ


ସେଥିରେ ନଯାଇ କାହିଁକି

  

       ଅଧର୍ମ ଦାଣ୍ଡରେ ଯାଉଛ


ସମାଜର ହିତ ପାଇଁ ତୁମେ ଆସିଛ


ହିତ ବଦଳରେ କାହିଁକି


      ତୁମେ କ୍ଷତି କରି ଚାଲିଛ


ଭୂଲି ଗଲକି ମାତୃ ଗରଭେ


       ନେଇ ଥିବା ନିସ୍କର୍ଷ


ହେ ମଣିଷ...............(୧)


ଅନ୍ଧକୁ ବାଟ କଢ଼େଇବା ବଦଳରେ


        ତାକୁ ଖାତରେ ପକାଉଛ


ଛୋଟାକୁ ଯଷ୍ଟି ଦେବା ବଦଳରେହେ


      ତୁମେ ତା ପାଖରୁ ଛଡାଉଛ


ତୁମ ପାଖରେ କି ନାହିଁ ମଣିଷ


            ଈଶ୍ଵର ବିଶ୍ଵାସ


ହେ ମଣିଷ................(୨)


ଚାକିରୀ କରିଛ ଦରମା ପାଉଛ


  ତଥାପି ତୁମେ ଲାଞ୍ଚ ନେଉଛ


ପ୍ରତିଶୃତି ପାଳନତ କରୁ ନାହଁ


 ନେତା ହୋଇ ଭୁଆଁ ବୁଲାଉଛ


ଏଥିରେ ତୁମେ ପାଉଛକିହେ


      ଜୀବନଯାଖ ସନ୍ତୋଷ


ହେ ମଣିଷ.................(୩)


ଗୁରୁ ଲଘୁ ତୁମ ଠାରେ ନାହଁ କିଛି


    ସତ୍ୟ ନ୍ୟାୟକୁ ଭୂଲି ଯାଉଛ


ମଣିଷ ତୁମେ ଅଟଇ ଶ୍ରେଷ୍ଠ ଜୀବ


   ହୀନ କାର୍ଯ୍ୟରେ ଲିପ୍ତ ହେଉଛ


ତୁମେ ଯାହା କରୁଛ ତାହା


   ଦେଖୁ ଛନ୍ତି ଜଗଦୀଶ


ହେ ମଣିଷ.....(୪)


ଜନକ ଜନନୀ ଜନମ ଦେଇକି


  ପାଳିଲେ ସ୍ନେହ ମମତା ଦେଇ



ବାହା ହେଲା ପରେ ବାପା ମାଆ ଭୂଲି


      ଖାଇଲ ସେମାନଙ୍କୁ ଲୁଚାଇ


ଏତେ ନିରିଦୟ କେମିତି ହେଉଛ


            ଧନ୍ୟ ମଣିଷ


ହେ ମଣିଷ.................(୫)


ଏକ ମା ପେଟରୁ ଜନମ ନେଇକି


    ଲାଗୁଛନ୍ତି କଳି ଗୋଳ ପରା


ସ୍ଵାର୍ଥପର ସାଜି ସମ୍ପର୍କ ଭୁଲିଲ


    ଏହିକି ତୁମରି ପରମ୍ପରା?


ସମୟ ଅଛି ସୁଧାରି ଯିବ

  

      ନିଶ୍ଚେ ଏ ମୋ ବିଶ୍ଵାସ 


ହେ ମଣିଷ....(୬)





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract