STORYMIRROR

ଲୋଚନ ମେହେର

Drama Tragedy Crime

3  

ଲୋଚନ ମେହେର

Drama Tragedy Crime

ଜଙ୍ଗଲେ ଲାଗିଛି ନିଆଁ

ଜଙ୍ଗଲେ ଲାଗିଛି ନିଆଁ

1 min
136

କେଉଁ ନିଆଁଲଗା ଲଗାଇ ଦେଲା

   ବଣ ଜଙ୍ଗଲରେ ନିଆଁ

ଜଳି ପୋଡ଼ି ସବୁ ସର୍ବନାଶ ହେଲା

   କାନ୍ଦୁଛି ଧରିତ୍ରୀ ମାଆ ।

 

ଯାହା କେବେ ଦିନେ ଭାବିନି ଏ ମନ

   ତାହା ଦେଖେ ଆଜି ଆଖି

ଜଳିପୋଡ଼ି ସବୁ ଛାରଖାର ହେଲା

    ଆଉ କ'ଣ ଅଛି ବାକି।

 

ଜଙ୍ଗଲେ ମଣିଷ ଲଗାଇଛି ନିଆଁ

   ଦେଖି ହୁତିଷଣ ଏ କାୟା

ପ୍ରାଣ ରଖିବାକୁ ଇତସ୍ତତଃ ପ୍ରାଣୀ

   ଭୁଲି କୁଳ ମୋହ ମାୟା।


ପଶୁ ପକ୍ଷୀଙ୍କର ଆର୍ତ୍ତନାଦ କିବା

   ଶୁଭୁ ନାହିଁ ତତେ ଆହା ।

ଦେଖିକରି କେତେ ହସୁଥିବୁ ସତେ

   କାହିଁକି ମାଙ୍କଡ ବାହା।


କେତେ ଜୀବଜନ୍ତୁ ପାଉଁଶ ହେଲେଣି

   ଆଉ ଯେତେ ବଞ୍ଚିଛନ୍ତି 

ଆଗତ ମୃତ୍ୟୁର ବିଭତ୍ସ କଳ୍ପନା

   ବର୍ତ୍ତମାନ କରୁଛନ୍ତି।


ଗଛ ଦେଇଥାଏ ଶୁଦ୍ଧ ଅମ୍ଳଜାନ

   ରହିବାକୁ ପୁଣି ବାସ

ଖାଇବାକୁ ଦିଏ କେତେ ଫୁଲ ଫଳ

   ସବୁ ବର୍ଷ ସବୁ ମାସ ।


ବୃକ୍ଷ ଯେ ଆମର ଅମୂଲ୍ୟ ସମ୍ପଦ

   ଜୀବନ ଠାରୁ ବି ବଳି

ହେଲେ ତାକୁ ଆମେ ସାଇତି ରଖୁନୁ

   ଦେଉଛୁ ଜଙ୍ଗଲ ଜାଳି।


କି ଲାଭ ପାଉଛୁ ଜଙ୍ଗଲ ଜାଳି

  ଆହା ରେ ବାୟା ମଣିଷ

ଦେଖାଉଛୁ ତୋର ମରଦ ପଣିଆ

  ହୋଇଛୁ ବୋଲି ପୁରୁଷ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama