ଅନ୍ତରଦୃଷ୍ଟି
ଅନ୍ତରଦୃଷ୍ଟି
ତୁମେ ପିତା ମାତା
ତୁମେ ସାଥୀ ରକ୍ଷା
ତୁମେ ତ ପରମ ଗୁରୁ,
ଆତ୍ମ ଞାନ ଦାତା
ପରିଜନ, ଆତ୍ମିୟତା
ସକଳ ଆଶା ର ମେରୁ।
ଉର୍ଦ୍ଧ ଗାମୀ ଚିନ୍ତା
ଶକ୍ତି ଚେତନା
ମନ୍ଦିର ଅନ୍ତରେ ତୋଳୁ,
ବୁଦ୍ଧି ଞାନ ଦାତା
ଆଦର୍ଶର ରାସ୍ତା
ଆଲୋକ ପଥର ସିନ୍ଧୁ।
ଆତ୍ମ ଗୁଣ ସାର
ଗୁଣ ନିର୍ଗୁଣର
ତୁମେ ଶକ୍ତି ଶିବ ଇନ୍ଦୁ,
ତୁମେ ତ ଇନ୍ଦ୍ରିୟ
ଇନ୍ଦ୍ରଜିତ ତୁମେ
ତୁମରି ଅଂଶର ମାତ୍ର ଟି ବିନ୍ଦୁ।