STORYMIRROR

Panchanan Jena

Inspirational

3  

Panchanan Jena

Inspirational

ଅନ୍ତରାତ୍ମା

ଅନ୍ତରାତ୍ମା

1 min
189

ତୁ ହିସାବ କରିଦେ

  ନିଜ ହିସାବ ଖାତାରେ

ତୁ ନିକାସ କରିଦେ

  ଟିପା ପକେଟ ଖାତାରେ

ତୁ ଲୁଚେଇ ଲେଖିଦେ

  ମୋଟା ବନ୍ଧେଇ ଖାତାରେ

ତୁ ଗାରେଇ ରଖିଦେ

  ହାତ ବାକ୍‌ସ ତଳ ଥାକରେ 

ତୁ ଝୁଲେଇ ଦେଖି ଦେ

  ଅଣ୍ଟାସୁତା ମୂଳରେ


ହାଏ ରେ ହାୟ !

ଡର ନା ଭୟ !


କିନ୍ତୁ ଯାହା ଗଚ୍ଛିଲେ ବି

ପରନ୍ତୁ ଯାହା କରିଲେ ବି

ଅଧିକନ୍ତୁ ଯାହା ଲୁଚେଇଲେ ବି


ଈଶ୍ଵର ହିସାବ ରଖିଛି ବିଶ୍ଵର

 ନିଜ ହିସାବରେ

ପ୍ରଭୁ ଲେଖି ରଖିଛି ସବୁ

 ନିଜ ଡାଇରୀରେ ।


ଜୀବନରେ ଆମେ ସବୁ କ୍ରୀଡନକ

 ହେଉ ଖାଲି ବକ ବକ

 ଧାଁ ଧପଡ଼ ଭିତରେ ମିଛ ଅଭିନୟ

 ଦେଖାଉ ଛଇ ଛଟକ ।


କେତେ ଠିକ୍ କେତେ ଭୁଲ

କେତେ ଝାଳ କେତେ ମୂଲ

କେତେ ପାପ କେତେ ପୁଣ୍ୟ

କେତେ ଦାନ କେତେ ମାନ୍ୟ ।


କେବେ କରିଛେ ଲୁଚିଛପି

  ବୁଦ୍ଧିର ଟୋପି ତଳେ

କେତେ ଲୁଟିଛେ ମାପିଚୁପି

  ଶକ୍ତିର ବାହୁବଳେ ।


ଦୁଇଜଣ ଜାଣନ୍ତି ଟିକିନିକି

 ଜଣେ ପରମାତ୍ମା

ଆମ ଭିତରେ ବସାବାନ୍ଧିଛି

 ଅନ୍ୟ ଜଣେ ଅନ୍ତରାତ୍ମା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational