Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Priyabrata Mohanty

Tragedy Others

3  

Priyabrata Mohanty

Tragedy Others

ଅନ୍ତିମ ଦର୍ଶନ

ଅନ୍ତିମ ଦର୍ଶନ

1 min
310


ଶୁଭୁ ନାହିଁ ଆଉ

ରାମ ନାମ ସତ୍ୟହେ 

ହରି ନାମ ସତ୍ୟହେ 

ହେଉ ନାହିଁ

ଛ ଖଣ୍ଡ କାଠ ର ସଵାରୀ 

ବିଞ୍ଛା ଯାଉନି ଖଇ କୌଡୀ 

ମିଳୁନାହିଁ ମୁଖାଗ୍ନି 

ଅସ୍ଥି ଟିକେ ମିଳୁନାହିଁ କ୍ରିୟା ପାଇଁ 

ସତରେ କେଡେ ଅସହାୟ ଆମେ ଆଜି ।


ସମସ୍ତ ପରିଜନ ଥାଇ ମଧ୍ୟ 

ମିଳୁନାହିଁ ଶେଷ ଦର୍ଶନ 

ଶେଷ ସ୍ପର୍ଶ 

କେହି ଆସୁନାହାନ୍ତି ମଶାଣି ଯାଏ 

ଫୁଲ,ଚନ୍ଦନ କାଠ,ଗୁଆଘିଅ 

ଅଲୋଡ଼ା ଆଜି 

କେହି ଶୁଣୁନାହାନ୍ତି ଆତ୍ମୀୟଙ୍କ 

ଆକୁଳ କ୍ରନ୍ଦନ 

ସତରେ କେଡେ ଅସହାୟ ଆମେ ଆଜି ।


ଧନୀ, ଗରିବ, ପିଲା,ବୁଢା 

ସମସ୍ତେ ସମାନ 

ଅସହାୟତା ଜଳ ଜଳ ଦିଶୁଚି 

କିନ୍ତୁ ଲଚାର ସର୍ବେ 

ପ୍ରକୃତି ର ପ୍ରତିଶୋଧ ଆଗେ 

ସମସ୍ତେ ନିରବ ନିଶ୍ଚଳ ସ୍ତବ୍ଧ 

ଅଦୃଶ୍ୟ ଜୀବାଣୁ କଲବଳ କରୁଛି 

କୋଟି କୋଟି ର ଯୁଦ୍ଧାସ୍ତ୍ର 

ଦେଶ ରକ୍ଷା କରିବାକୁ ସିନା ସକ୍ଷମ

ହେଲେ ଦେଶ ବାସି ଙ୍କୁ ?

ସତରେ କେଡେ ଅସହାୟ ଆମେ ଆଜି ।


ଗାଁ ମଶାଣି ର ସୋଭାଗ୍ୟ ଜୁଟୁ ନାହିଁ

ସ୍ୱର୍ଗଦ୍ୱାର ବି ମନା 

ଅଜଣା ଜାଗା ଆଜି 

ଶେଷ ଠିକଣା 

ସତରେ କେଡେ ଅସହାୟ ଆମେ ଆଜି ।


Rate this content
Log in

Similar oriya poem from Tragedy