STORYMIRROR

Ram Prasad Bisoi

Abstract Others

2  

Ram Prasad Bisoi

Abstract Others

ଅନ୍ତଃସ୍ୱର-୨୮

ଅନ୍ତଃସ୍ୱର-୨୮

1 min
13.8K


(୧)

ଠିକଣାକଣ

ନୀରବତା ଖୋଜି

ଚାଲିଛି

କିଛି ନିରୋଳା ମୁହୂର୍ତ୍ତ,

(୨)

ଏକୁଟିଆ ବସିଥାଏ

ପାର୍କ ବେଞ୍ଚରେ,

ନଇଁ ପଡିଲି ଟିକେ

ତଳକୁ

ଛାତିର ପଞ୍ଜରାହାଡ଼

ଅନ୍ତରାଳୁ

ଦେଖିଲି,

ଥୁଣ୍ଟା ଗଛ ଡାଳେ,ଧାଡି ବାନ୍ଧି ବସିଛନ୍ତି

ଦଳେ କଜଳପାତି,

(୩)

ଉଠିଲି,ଚାଲିଲି ଚାଲିବାକୁ ଯେ ପଡିବ

ସବୁ ପ୍ରଭାତ

ଯେତେ ବିପରୀତକାଳ ସତ୍ତ୍ୱେ

(୪)

ଦେଖିଲି,

ସବୁ କଜଳପାତି ଉଦରସ୍ଥ

ହାଡ଼ ପଞ୍ଜରା ଭିତରେ

ଆବଦ୍ଧ,

(୫)

ପଚାରି ଚାଲିଛନ୍ତି

ମଣିଷ ତୋ ଗନ୍ତବ୍ୟର

ଠିକଣା କଣ-?

©®କାଶ୍ୟପ,ରାୟଗଡା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract