STORYMIRROR

Prafulla Chandra Mishra

Tragedy

4  

Prafulla Chandra Mishra

Tragedy

ଅଂଶୁଘାତ

ଅଂଶୁଘାତ

1 min
12

           

ନିଦାଘ ବାଘ ର ବର୍ବରତା ଦେଖି ଡରେ ଲୁଚି ଘରକୋଣେ 

ରହୁଅଛି ପରା ଏ ଜୀବ ଜଗତ ଅସୁରକ୍ଷିତ ସେ ମଣେ

ଭୟଙ୍କର ରୂପ ନେଇଛି ନିଦାଘ ତପନ ତାତି ଯନ୍ତ୍ରଣା

ଛଟପଟ ଜନ ଜୀବନ ସ୍ଵାପଦ କୁଳ ଆଜି ବାଟ ବଣା ।। 


ଅଦେଖା ଗ୍ରୀଷମ ବିଷମ ହୋଇଛି ଛଟପଟ କରେ ଖାଲି

ପଥରେ ପାନ୍ଥୋଇ ଆହିକି ବିକଳ ବାଟ ପାରୁନାହିଁ ଚାଲି

ମାଆ ମାଟି ଫାଟି ଆଁ କରିଲାଣି “ନଦୀ ନାଳ ପୁଷ୍କରିଣୀ-

ସୁସ୍କ”ତରୁ ତୃଣ ଜଳିଯାଉ ଅଛି ପିଇବାକୁ ନାହିଁ ପାଣି ।।


ଆକାଶରୁ ଖସେ ରଡ ନିଆଁ ସମ ପ୍ରଚଣ୍ଡ ମାର୍ତ୍ତଣ୍ଡ କର

ଅଂଶୁମାଳି ଅଂଶୁ ଘାତକ ସାଜିଛି ଆତତାୟୀ ପରକାର

ଗଛ ବୃଛ କାଟି କଂକ୍ରିଟ ଜଙ୍ଗଲ ଛିଡା କରିଛି ମଣିଷ

ଗୋଚର ଶ୍ମଶାନ ଜମି ମାଫିଆର ହତେ ହେଉଛି ନିଃଶେଷ ।।


ନଦୀ ନାଳ ପୋତି ପାହାଡ ଭାଙ୍ଗିଲ ପ୍ରକୃତି ହୁଏ ଅସ୍ଥିର

ତେଣୁ ଅଂଶୁଘାତ ପାଇଁ କବି ବସି ଲେଖଇ କବିତା ତାର ।।


Rate this content
Log in

Similar oriya poem from Tragedy