ଅନନ୍ୟ ଗୋଲାପ
ଅନନ୍ୟ ଗୋଲାପ
କହଲୋ ଗୋଲାପ କିଏ ସେ ଭରିଲା
କଣ୍ଟା ଗାଲିଚା ତୋ ଦେହେ,
ସୁନ୍ଦରତା ତୋର ଚତୁର୍ଦିଗେ ଖେଳେ
ବାସ ତୋର ମନ ମୋହେ ।
ସହିବା କ୍ଷମତା ଦେଇଥାଉ ଶିକ୍ଷା
ଧର୍ଯ୍ୟର ଓଢ଼ଣୀ ଟାଣି,
ଦୁଃଖରେ କାତର ନହେବା ପାଇଁକି
ସାହସ ତୁ ଦେଉ ପୁଣି ।
ତୋ ପରସ ପାଇଁ ସହିବାକୁ ହୁଏ
କଣ୍ଟାର ଆଘାତ ସିନା,
ବିନା ଦୁଃଖ,କଷ୍ଟ ସହି କେ ପାଇଛି
ସୁଖ,ଶାନ୍ତି ଆସ୍ଵାଦନା ।
ସତ୍ୟର ପଥରେ କଣ୍ଟା ପରିପୂର୍ଣ୍ଣ
ଠିକ ତୋର ଦେହ ପରି,
ସାଉଁଟି ପାରିଲେ ଆଘାତ ସବୁକୁ
ସଂସାରରୁ ଯାଏ ତରି ।
ଭଳିଭଳି ରଙ୍ଗ ମାଖି ଅଛୁ ଦେହେ
ଶାନ୍ତି,ମୈତ୍ରୀ,ପ୍ରୀତି ପାଇଁ,
ସବୁ ରଙ୍ଗ ଦିଏ ବାର୍ତ୍ତା ଭିନ୍ନ ଭିନ୍ନ
ସ୍ନେହ ସଦ୍ଭାବନା ବହି ।
କେତେ ଉପକାର କରୁଛୁଲୋ ତୁହି
ଧନ୍ୟ ତୋର ଅବଦାନ,
ପ୍ରଭୁ ପାଦତଳେ ଲାଗିହେଲେ ଥରେ
ଜୀବନ ତୋ ହେବ ଧନ୍ୟ ।