STORYMIRROR

Pranati Jena

Inspirational Others

3  

Pranati Jena

Inspirational Others

ଅନନ୍ୟ ଦହନେ

ଅନନ୍ୟ ଦହନେ

1 min
348


ପୀତବର୍ଣ୍ଣା ଏ ସବୁଜ ସନ୍ଧ୍ୟାରେ...

ହୃଦୟର କୃଷ୍ଣମୟ ଭାବନାରେ,

ଝରେ ତୋ ଶ୍ରଦ୍ଧାସ୍ପର୍ଶୀ ଅମୃତର ଝର

ଭାବ, ଭକ୍ତିର ତୁ ରେ ସୌଦାଗର -

ସବୁଦିନ ସବୁ ମୁହୂର୍ତ୍ତ ମୋର

ତୋ ଭିଜା ଭିଜାଭାବ କାର୍ତ୍ତିକରେ

ମହ ମହ ବାସ ସତେ

ପାଶେଥାଉ ତୁ ମୋର ହେ ଗୋବିନ୍ଦ

ହୃଦୟର ଗମ୍ଭୀରାରେ ତୋ ପାଇଁ ଭାବୁକ 

ତୋ ଶ୍ରଦ୍ଧା ଚୁମ୍ବକ

ଭିଡିନେଇ ସଧିରରେ

ତୋ ପାଖକୁ ମୋ ହୃଦୟକୁ

କୋହରେ ଭିଜାଉ ତ ମୋହରେ ହଜାଉ

ସେ ଭିଜିବାରେ ହଜିବାରେ ମଜ୍ଜିବାରେ

ତୋର ହାତ ସବୁ ମୁଁ ଶବ୍ଦ ନିମିତ୍ତ

ଭାବର ରଙ୍କୁଣା ବୋଲି ଭାବ ଦେଉ ବୋଳି

ଭାବର ମନ୍ଦିରେ ମୋର ଆହା ବନମାଳି

ତର୍ପଣ ଲୁହରେ ମୋର ଲୁହରେ ଅର୍ପଣେ

ଲୁହରେ ବିବଶ ସଦା ଲୁହ କୋହ ସମର୍ପଣେ

ନିସ୍ବ ଏ ଜୀବନ ନଶ୍ୱର ପରାଣେ 

ଆହା ଧନମାଳି ତୋର କୃପାଭିଜା କାରୁଣ୍ୟେ

ଦେଇଛୁ ବୋଲି ତ, ତୋତେ ଅନନ୍ୟ ଦହନେ ....

ଭିଜି, ଭିଜି ହୃଦୟର ସେ ଭିଜା ପାର୍ବଣେ ---

ତୋ କଳାର ଛୁଆଁ ମୋ ଆତ୍ମାର ସ୍ପର୍ଶରେ,

ଜୁଆର କି ଭଟ୍ଟା ସବୁ ଭୁଲିଛି ଅନ୍ତରେ ----

ରେ"ଶ୍ୟାମ ମୋ'ନୟନର ଅଂଜନ ଭାବ ବିଶ୍ୱାସରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational