STORYMIRROR

Sandhya Rani Panigrahy

Romance

1  

Sandhya Rani Panigrahy

Romance

ଅନନ୍ୟ ଆକାଶ

ଅନନ୍ୟ ଆକାଶ

1 min
2.3K


ଗର୍ବିତ ଆକାଶର

ଦର୍ପିତ ଚାହାଣୀର 

ଧରା ଦିଏ ନିଜେ ପୁଣି ପାଶରୁ

ଭରିଯାଇଥିବା ଅଗଣାର ପଣତ

ଖୋଜିଲେ ନ ମିଳେ ଅଜାଣତ

କଥାଟା ନରମି କିଛି ଶୁଭେନା

ଭଲପାଏ କିଛି କହେନା

ଚାନ୍ଦର ଦାଗ ବି ଦେଖେନା

ସାଥିର କଥାରେ ମନ ପୁରେନା

ପୃଥିବୀଟା ଲୋଟି ପଡିଛି ବକ୍ଷରେ

ସାଉଁଟୁଛି ଅବେଳରେ ଅତୀତରେ

କିଛି ହାତରେ ପାଉନି

ତଥାପି ଖୋଜିବା ଛାଡୁନି 

ଖୋଜିବା ଦିଗବଳୟ ପାରିରେ

ମିଳନ ଆକାଶର ଉର୍ଦ୍ଧ୍ବରେ 

ପ୍ରତିଛବି ଦେଖେ ତାରି ଆଖିରେ

ବୁଝେଇ ଫେରେ ନିଶାର୍ଦ୍ଧରେ 

ଏ ପ୍ରେମର ଚିଠି ଚୁପଚାପ୍ ଦେଇଆସେ

ଅତର ଲଗା ମନଟା ବେଳ ଅବେଳରେ ବାସେ

ଧରାପଡେନା ଆଖିରେ କାହାର

ପ୍ରୀତିର ସଂଗୀତ ବହୁ ମଧୁରତାର

ନୀରବରେ ଭରେ ଲୁହରେ ପ୍ରୀତିର ବନ୍ୟା 

ଏ ଆକାଶ ପୃଥିବୀ ପ୍ରେମର ଅନନ୍ୟ ଝରଣା  ...।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance