STORYMIRROR

Sasmita Choudhury

Abstract

2  

Sasmita Choudhury

Abstract

ଅନନ୍ତ ପ୍ରେମ

ଅନନ୍ତ ପ୍ରେମ

1 min
3.0K

ତୁମେ ବ୍ଯାପିଛ ପ୍ରଭୁ ହେ!

ନଦୀରୁ ନୀଡ ବା ନୀଳ ଆକାଶରୁ 

ନୀଳ ପାରାବାର ଯାଏ,

ତୁମ ପ୍ରେମର ବଳୟ ବ୍ଯାପ୍ତ ଚରାଚରେ 

ସ୍ଥାବରୁ ଜଙ୍ଗମ, କ୍ଷୁଦ୍ରାତିକ୍ଷୁଦ୍ର 

ଅଣୁ ପରମାଣୁ ଦେହେ


ତୁମ ଅନନ୍ତ ପ୍ରେମର 

କାହିଁ ପଟାନ୍ତର,

ପଲକପାତେ ବା 

ପ୍ରତି ପଦକ୍ଷେପେ ମୋର ,

ସୁନ୍ଦର ସୃଷ୍ଟି ସୃଜି ଭରିଅଛ 

ବଞ୍ଚି ବଞ୍ଚାଇ ବା ବିକଶିତ ହେବା 

ପ୍ରାଣମୟ ଜୀବାଧାର


ତାରକା ଖଚିତ ତିମିରିତ ନଭ 

ତୀର ତରଙ୍ଗ ଓ 

ତରୁ ତୃଣଭରା ମହୀ,

ତୁମ ଆଶୀଷର ଶୁଭ୍ର ଧାରାରେ

ସବୁଜ, ସୁନୀଳ, ଘଞ୍ଚ ବନାନୀ, 

କଳନାଦୀ ଶୁଭ୍ର-

ପୁଣ୍ୟତୋୟା ଗିରି-ନଈ


ତୁମ ଅନନ୍ତ ପ୍ରେମର 

କାହିଁ ବା ଇୟତ୍ତା 

ପ୍ରିୟ ପରିଜନ ଅନ୍ତର କୋଣେ 

ରହିଛ ହେ ପ୍ରଭୁ ଭରି, 

ସଙ୍କଟ କାଳେ ବା 

ବିପତ୍ତି ଅନଳୁ 

ତୋଳି ନେଇ ଅଛ-

ଅଦୃଶ୍ୟ ସେଇ 

ବରଦ ହସ୍ତ ପ୍ରସାରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract