STORYMIRROR

Chittaranjan Nanda

Inspirational Others Children

4  

Chittaranjan Nanda

Inspirational Others Children

ଅନନ୍ତ ମିଶ୍ରଙ୍କ ସ୍ମୃତିରେ

ଅନନ୍ତ ମିଶ୍ରଙ୍କ ସ୍ମୃତିରେ

2 mins
250


୦୬ ମଇ ୨୦୨୧, ଏହି ଦିନ,

ଓଡଆ ଜାତିର ନମସ୍ଯ ଅନନ୍ତ ମିଶ୍ରଙ୍କ

୮୬ତମ ଶ୍ରାଦ୍ଧୋତ୍ସବ ଦିନ,

ଜନମିଲେ ୧୮୮୪ କାର୍ତ୍ତିକ ଅଁଳା ନବମୀରେ, 

ତିରୋଧାନ ୦୬ ମଇ ୧୯୩୭ରେ,

ଜନମ ଗ୍ରାମ ଶ୍ରୀରାମଚନ୍ଦ୍ର ପୁରରେ,

ପିତା ରାମଚନ୍ଦ୍ର ମିଶ୍ରଙ୍କ ଓୌରଷରେ,

ମାତା ମୁକ୍ତାଦେବୀଙ୍କ କୋଳ ମଣ୍ଡନରେ,

ସତ୍ୟବାଦୀ ବନ ବିଦ୍ୟାଳୟର,

ଥିଲେ ସେ ଅନନ୍ୟ ପୃଷ୍ଠପୋଷକ ।


ଅନନ୍ତ ମିଶ୍ର,

ଥିଲେ ପୁରୀ ଜିଲ୍ଲା ସ୍କୁଲର ଛାତ୍ର,

ଅନୁପ୍ରାଣିତ ହୋଇଲେ,

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଆଦର୍ଶରେ, 

ନିୟୋଜିତ କରିଲେ ନିଜକୁ ଜାତୀୟ ଆନ୍ଦୋଳନରେ, 

ଉତ୍ସର୍ଗୀକୃତ କଲେ ଦୁଃଖୀ ଦରିଦ୍ରଙ୍କ ସେବାରେ ।


ଚାଲିଥାଏ ଭାଗବତ ସପ୍ତାହ, ଗୋପବନ୍ଧୁଙ୍କ ଗାଁରେ,

ଆଗ୍ରହ ସୃଷ୍ଟି ହେଲା ତାହା ଦେଖିବାକୁ ଅନନ୍ତଙ୍କ ମନରେ, 

ଆଚାର୍ଯ୍ୟ ହରିହର ଦାସ ଓ ନୀଳକଣ୍ଠଙ୍କ ସହ,

ବାହାରିଲେ ସୁଆଣ୍ଡୋକୁ,

ଆର ପଟ କୂଳରେ ପହଞ୍ଚିଲେ ତିନିହେଁ 

ପାରି ହୋଇ ଭାର୍ଗବୀ ନଦୀକୁ, 

ନଦୀର ଉଭୟ ପାର୍ଶ୍ବରେ ଥିବା ସବୁଜିମା ବଳୟକୁ,

ଉପଭୋଗ କରୁ କରୁ ପହଞ୍ଚିଲେ, ସୁଆଣ୍ଡୋରେ, 

ତିନି ଜଣଙ୍କୁ ପାଇ ଗୋପବନ୍ଧୁଙ୍କ ଖୁସି କହିଲେ ନସରେ, 

ଗାଆଁରେ ଭାଗବତ ପଢ଼ା ବଢ଼ିଲା ।


ସମସ୍ତଙ୍କ ଉପଭୋଗ ଏକତ୍ର ଖାଇବା ନିଆରା,

ଅତ୍ୟନ୍ତ ଖୁସି ଦେଉଥIଏ ଅନନ୍ତଙ୍କୁ ସେ ପରମ୍ପରା,

ଅନନ୍ତ ନମାନି ଜାତିପ୍ରଥାକୁ, 

ଉପଭୋଗ କଲେ ପ୍ରସାଦ ସେବନକୁ ।


ଅନନ୍ତ ବୟସରେ ଛୋଟ ଥିଲେ,

କ୍ଷୁଦ୍ର ଭିତରେ ଅନନ୍ତର ମହାନତାକୁ,

ନିହିତ ଥିବାର ଅନୁଭବ ଆସଲା ଗୋପବନ୍ଧୁଙ୍କୁ,

ଚିନ୍ତା କଲେ ଯେ ଯଦି ଅନନ୍ତ ପରି ଯୁବକ ମାନଙ୍କୁ,

ଯୋଗ ଦିଆଇ ପାରନ୍ତି ଜାତୀୟ ସଂଗଠନରେ, 

ଏ ଜାତିର ଗୌରବ ବଢ଼ିପାରନ୍ତା ତେବେରେ ।


ସେତେବେଳେ ଚାରି ଆଡେ ହଇଜା ମହାମାରୀର, 

କରାଳ ରୂପ ହେଉଥାଏ ତୀବ୍ରତର, 

ଏକପ୍ରକାର କୋକୁଆ ଭୟରେ,

ଥରୁଥାନ୍ତି ଲୋକ ଗାଆଁ ଗହଳିରେ,

ମନରେ ବେଦନା ଭରିଥାଏ,

ଅନନ୍ତଙ୍କୁ ବ୍ୟଥିତ ଓ ବିବ୍ରତ କରି ଦେଉଥାଏ 

କାନଫଟା ବିକଳ କ୍ରନ୍ଦନ ଲୋକଙ୍କ,

ଅନନ୍ତଙ୍କୁ ବଡ଼ କଷ୍ଟ ଦେଉଥାଏ ଅଧିକରୁ ଅଧିକ.

ମାଆ ଜାଗେଶ୍ୱରୀଙ୍କ ମନ୍ଦିର ସମ୍ମୁଖରେ,

ବସିଥାଆନ୍ତି ଅନନ୍ତ ମିଶ୍ର ଗୋପବନ୍ଧୁ ଦାସ, 

ଆଚାର୍ଯ୍ୟ ହରିହର ଦାସ, ନୀଳକଣ୍ଠ ଦାସ ।


ଏହି ଚାରି ଜଣ ଦୀପ ଜାଳି ପ୍ରତିଞା କଲେ:

“ଆମେ ଜନ୍ମ ହୋଇ ଯାହା ଦେଖୁଛେ 

ତାହା ଠାରୁ ଅଧିକ ଦେଖି କରି ମରିବା 

ଏବଂ ସରକାରୀ ଚାକିରି କରିବା ନାହିଁ “ 


ଏହି ଅଟଳ ପ୍ରତିଞାକୁ ଅନନ୍ତ ମିଶ୍ର ତାଙ୍କର 

ବ୍ରତ କରି ନେଲେ ସାରା ଜୀବନର .

ସେ ଏପରି ବଜ୍ର ଶପଥ ନେଇରେ,

ତାଙ୍କର ଜୀବନ ସଳିତାକୁ ଜାଳିଲେ ଜାତି ଉଦ୍ଦେଶ୍ୟରେ,

ସମର୍ପିତ ହୋଇଗଲେ ଜୀବନଯାକ,

ଶେଷ ନିଶ୍ୱାସ ଥିବା ଯାକ, 

ବନ ବିଦ୍ୟାଳୟର ଲାଗି ଛାତ୍ର ସଂଗ୍ରହରେ, 

ଅର୍ଥ ଯୋଗାଡ଼ରେ, 

ବିଛିନ୍ନାଞ୍ଚଳରେ ଭାଷାର ପ୍ରଚାର ଓ ପ୍ରସାରରେ , 

ଓଡିଆ ଭାଗବତକୁ ପ୍ରାଧାନ୍ୟ ଦେବାରେ,

ତଥା ଓଡ଼ିଆ ବିଦ୍ୟାଳୟ ପ୍ରତିଷ୍ଠା ଆଦି ପ୍ରଚେଷ୍ଟାରେ ।


ଆଜିର ମଣିଷ ମନର ଧାରଣା,

ଏହା ଏକ ପାଗଳର ସାଧନା,

ନାହିଁ ଯଦି ଉପାଧିର ଲୋଭ,

ଉଚ୍ଚ ପଦବୀର ଲୋଭ, 

ମୂଲ୍ୟ ହୀନ ସେ ତ୍ୟାଗର କଳ୍ପନା,

ସଫଳ ରୂପାୟନ ହେବନି ସାଧନା,

ମୋ ଲାଗି ଅନନ୍ତଙ୍କର ଜୀବନ ବ୍ୟାପି ସାଧନା

ବୃଥା ଯାଇ ନାହିଁ, ବୃଥା ଯାଇ ନାହିଁ, 

ଏହା କେବେ ପାଗଳାମୀ ହୋଇ ପାରେନା,

ମୋ ପାଇଁ ଏହା ଏକ ମହାନ୍ ଚେତନା,

ପୁଂଜିବାଦୀ ତତ୍ତ୍ୱରେ ବିଶ୍ୱାସୀ ଯିଏ,

ପାଗଳାମୀ ଚିନ୍ତାର କଳ୍ପନା ।



Rate this content
Log in

Similar oriya poem from Inspirational