ଅଣଲେଉଟା
ଅଣଲେଉଟା
ବହିଯିବା ପାଣି ତଳକୁ ତଳକୁ
ଉଠେ ନାହିଁ ଉପରକୁ
ଦେଖିଛ କି କେବେ ବହୁଥିବା ଶ୍ରୋତ
ଛୁଅଁଇ ପର୍ବତ ବକ୍ଷକୁ ।
କହିଦେଲା କଥା ଫେରେ ନାହିଁ କେବେ
ଆଉ ଓଠ ଫାଙ୍କ ଦେଇ
ଭାବି ଚିନ୍ତି ଯଦି କଥାଟି କହିବ
କେବେ ପଶ୍ଚାତାପ ହେବ ନାହିଁ ।
ହଜିଲା ସମୟ ଫେରେ ନାହିଁ କେବେ
ଯେତେ ବି ଖୋଜିଲେ ତାକୁ
କଟୁ କଥା କହି କଷ୍ଟ ଦିଅ ନାହିଁ
ଆଉ କାହା ହୃଦୟକୁ ।
ଦୁନିଆରେ ବଡ ଦୁଇଟି ଜିନିଷ
ସତ୍ୟ ଆଉ ସନ ମାନ
ଅହଂକାର ନେଇ ହୃଦୟରେ ତୁମ
କା'ର କର ନାହିଁ ଅପମାନ ।
ଜୀବନରେ ସତ୍ୟ ତିନୋଟି ସମୟ
ବାଲ୍ୟ , କିଶୋର , ଯ୍ଯୌବନ
ନିୟମକୁ ମାନି ଚଳିଲେ ବନ୍ଧୁ ହେ
ମିଳିବ ବହୁ ସମ୍ମାନ ।
