STORYMIRROR

Lata Behera

Abstract

4  

Lata Behera

Abstract

ଅନ୍ନ ଦାତାର ଅନ୍ତସ୍ବର

ଅନ୍ନ ଦାତାର ଅନ୍ତସ୍ବର

1 min
359


ଅନ୍ନଦାତାର ଅନ୍ତସ୍ବର ଆଜି

    ଲାଗୁଅଛି ଫିକା ଫିକା

ଯାହାକୁ ନିଜର ବୋଲି ଭାବୁ ଥିଲା 

   ସିଏ ଦେଲା ଆଜି ଧୋକା ।


କାହାକୁ କହିବ ଏ ଦୁଃଖ କାହାଣୀ

   ମରମ ତଳର ବ୍ୟଥା

ନିଜର ସନ୍ତାନ କାଳ ଫାଶ ସାଜେ

   ଲାଜେ ନଇଁ ଯାଏ ମଥା ।


ନିଜେ ସେ ଓପାସ ରହି ଖୋଇଥିଲା

    ତାକୁ ପାଠ ପଢେଇଲା

ସେଇ ପୁଅ ଯେବେ ଚାକିରି କରିଲା

    ଠକର ଉପାଧି ଦେଲା ।


କାମ ଧନ୍ଦା ନାହିଁ ଘରେ ବସି ଖାଲି

   ମୋ ଖାଇବା ଗିଳୁ ଥାଆ

କୁଟାକୁ ଦିଖଣ୍ଡ କରିବୁନି ଯଦି

   ମୋ ଘରୁ ବାହାରି ଯାଆ ।


ତୋତେ ପୋଷିବାକୁ ବଳ ନାହିଁ ମୋର

    ମୋ ପାଖେ ଚାଉଳ ନାହିଁ 

ଟିମା ଟିମା ଆଖି ଫୁଟେଇ ତୋ ଦେବି

    ଅନ୍ଧ ହେଇ ଯିବୁ ତୁହି ।


ଘର ଘର ବୁଲି ଭିକ ତୁ ମାଗୁବୁ 

   ଖାଇ ଦାଣ୍ଡରେ ଶୋଇବୁ 

ସତ କହୁଅଛି ମୋ ଘର ଦୁଆର 

  ଆଉ କେବେ ନ ମାଡିବୁ ।


କେତେ ବୃଦ୍ଧାଶ୍ରମ ଆମ ରାଜ୍ୟେ ଅଛି

    ସେଠାକୁ ଯାଉନୁ କାହିଁ 

ତୋ ଯୋଗୁଁ କେତେ ଅଯଥା ଖର୍ଚ୍ଚାନ୍ତ

    ହେଉଛି ଜାଣିଛି ମୁହିଁ ।


ଅନ୍ନ ଦିଏ ଯିଏ ସିଏ ଅନ୍ନଦାତା

    ସେ ପଦବୀ ଲୋଡା ନାହିଁ 

ରାତି ପାହିଗଲେ ମୋର ଘର ଛାଡି

   ପଳେଇ ଯିବୁ ତୁ କାହିଁ ।


ତୋତେ ଦେଖି ଦେଲେ ମୋ ରାଗ ବଢୁଛି

    ଖଟି ମୁଲିଆଟି ତୁହି 

ପାଠ ପଢି ଦେଖ ଆଖି ବଡ କରି

   ହାକିମ ହେଇଛି ମୁହିଁ ।


ଏଇ ହାକିମଟି କେମିତି ହେଉଛୁ

   ଜାଣିଛୁ ତୁ ମୋର ଧନ

ପର ଘରେ ମୂଲ ଲାଗି ତୋତେ ମୁହିଁ 

   ଦେଇଛି ଏତେ ସମ୍ମାନ ।


କି ସମ୍ମାନ ତୁ ମୋତେରେ ଦେଉଛୁ

   ଏହାତ କର୍ତ୍ତବ୍ୟ ତୋର

ବାପା ହେବା କଣ ସହଜ ଭାବିଛୁ

   ମାଗୁଛୁ ମୂଲ ତାହାର ।


ଦେଉଛି ସେ ମୂଲ ହାତରେ ତୁ ଧର

    ଏଇ ଘରୁ ଚାଲି ଯିବୁ 

କୋଉଠି ଯେମିତି କେବେବି ମୋ ବାପା

   ପରିତୟ ତୁ ନ ଦେବୁ ।


ହାତରେ ପଚାଶ ଟଙ୍କ ସେ ଧରେଇ

   କବାଟକୁ କିଳି ଦେଲା

ରାତି ପାହିଗଲା ସକାଳ ହୋଇଲା

   ଶବ ତାର ମିଳି ଗଲା ।


ନିଜେ ଦୁଃଖ ସହି ଆଖି ଲୁହ ପିଇ

   ଗଲା ସେ ଶମନ ପୁର

ସାରା ମୂଲକରେ ଚର୍ଚ୍ଚିତ ହୋଇଲା

   ଅନ୍ନଦାତା ଅନ୍ତସ୍ବର । 



Rate this content
Log in

Similar oriya poem from Abstract