Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tapan Kumar Swain

Inspirational

3  

Tapan Kumar Swain

Inspirational

ଅନଲାଇନ ଆସର

ଅନଲାଇନ ଆସର

1 min
422


ସେଦିନ ସମୟ ଯାଇଛି ବଦଳି

ବନ ବିଦ୍ୟାଳୟ ପାଠ 

ଅବଧାନଙ୍କର ବେତ ବାଡ଼ି ମାଡ଼

ଗୁରୁଜନ ଜ୍ଞାନ ଶାଠ । 


ତାଳ ପତ୍ର ପୋଥି ଲେଖନୀର ଯୁଗ

ଦୁଆତ ସିଆଇ କାଳି 

ମାଟି ସିଲଟରେ ବର୍ଣ୍ଣବୋଧ ପାଠ

ମାଆ ବାପାଙ୍କର ଗାଳି । 


ପ୍ରଯୁକ୍ତି ବିଦ୍ୟାର ଅଗ୍ରଗତି ବଳେ

ବଦଳିଛି ସବୁ ଜ୍ଞାନ 

ଶଗଡ଼ ବଦଳେ ପ୍ରଚଳିତ ଆଜି

ମଟର ଚାଳିତ ଯାନ । 


ଗାଆଁର ନିଶାପ ବଇଠକ ଘର

ଟୁଙ୍ଗି ଭାଗବତ ପଢା 

ନାହିଁ ବିଲ ବାଡ଼ି ଚାଷ ପାଇଁ ଆମ

ପଣ୍ଡା ବଳଦର ଲୋଡ଼ା । 


ପିଲାଏ ଆମର ମୋବାଇଲ ଧରି

ଏଣିକି ପଢ଼ନ୍ତି ପାଠ 

ବସୁ ନାହିଁ ଆଉ ଗାଆଁ ଚାଟଶାଳୀ

ନିତିଆ ମାଷ୍ଟ୍ରେଙ୍କ ବେତ । 


ସଭାକି ସମିତି ଚାଲିଅଛି ଆଜି

ବେତାର ଯନ୍ତ୍ରର ତାଳେ 

ମୋବାଇଲ ଆଉ କମ୍ପ୍ୟୁଟର ସବୁ

ଇଣ୍ଟରନେଟର ବଳେ । 


ଦେଶ ବିଦେଶର ସବୁ କିଛି ଆଜି 

ଅନଲାଇନରେ ଆସର 

ବୋଉ ଆଜିକାଲି ରୋଷେଇ କରିଲେ

ବାଟୁନି ଶିଳରେ ବେସର ।



Rate this content
Log in

Similar oriya poem from Inspirational