STORYMIRROR

Ajit Kumar Raut

Tragedy

3  

Ajit Kumar Raut

Tragedy

ଅନ୍ଧକୁ ପ୍ରଭୁଙ୍କ ଭରସା

ଅନ୍ଧକୁ ପ୍ରଭୁଙ୍କ ଭରସା

1 min
210


ଭଲକୁଳେ ଜନ୍ମ ବୁଦ୍ଧୁ ନାମ ତାର

ଶିଶୁ କାଳେ ନୁହେଁ ଅନ୍ଧ

ଦେଖ ଭକ୍ତ ଗଣ ପ୍ରଭୁଙ୍କ ଭିଆଣ

କିଶୋରେ ହୋଇଲା ଅନ୍ଧ।୧।

ପ୍ରଭୁଙ୍କ ରଚନା ଅତ୍ୟନ୍ତ ଦୁଃଖଦ

କର୍ମଫଳେ ମିଳି ଥାଏ

ତଥାପି ପ୍ରଭୁଙ୍କ କରୁଣାଟି ଦେଖ

ଅନ୍ଧ ଜ୍ଞାନୀ ହୋଇ ଥାଏ।୨।

ସବୁ ଗୁଣେ ସେହି ସମ୍ପନ୍ନ ହୋଇଛି

ପ୍ରେମର ସନ୍ଦେଶ ଦିଏ

ମନ୍ଦିରରେ ବସିଣ ଭଲ ଶିକ୍ଷା ଦିଏ

ଭକ୍ତିର ମନ୍ତ୍ରଟି ଦିଏ।୩।

ଅନ୍ଧ ହୋଇ ମଧ୍ୟ ନଦୀ ତୁଠେ ଯାଏ

ନିତ୍ୟକର୍ମ ପାଇଁ ନିତି

ସବୁ କାର୍ଯ୍ୟ ସାରି ଫେରି ଆସେ ପୁଣି

ପ୍ରଭୁଙ୍କ ବିଚିତ୍ର ନୀତି।୪।

ପ୍ରଭୁଙ୍କ ଇଙ୍ଗିତେ ଗତୀମାନ ହୁଏ

ଦୁନିଆର ରିତି ନୀତି

ଅନ୍ଧ ମଧ୍ୟ ସବୁ କାର୍ଯ୍ୟ କରି ପାରେ

ଦିଅନ୍ତି ଅଭୟ ଗତି।୫।

ଭଲ କୁଳେ ଜନ୍ମ ବୁଦ୍ଧୁ ନାମ ତାର

ଶିଶୁ କାଳେ ନୁହେଁ ଅନ୍ଧ

ଦେଖ ଭକ୍ତ ଗଣ ପ୍ରଭୂଙ୍କ ଭିଆଣ

କିଶୋରେ ହୋଇଲା ଅନ୍ଧ।୬।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy