STORYMIRROR

Bibhuti Bhusan Mohanty

Inspirational

3  

Bibhuti Bhusan Mohanty

Inspirational

ଅନ୍ଧକାର

ଅନ୍ଧକାର

1 min
199

ଅନ୍ଧକାର...

ଯେ କୌଣସି ବ୍ୟକ୍ତି ଜୀବନର ଏକ ସଦସ୍ୟ ଅଟେ...

ପ୍ରତ୍ୟେକ ସଫଳ ବ୍ୟକ୍ତିର କାହାଣୀର ଏକ ମୁଖ୍ୟ ବିଷୟ ଅଟେ...

କିନ୍ତୁ ପ୍ରାୟତଃ ମଣିଷ ଅନ୍ଧକାରକୁ ଡରିଥାଏ...

କାରଣ ଆମ ଆଗରେ ସେ କଷ୍ଟର ପାହାଡ଼ ଠିଆ କରେଇଥାଏ...।।


ଆମ ଅସଫଳତାରେ ଆମେ କେବେ କେବେ ଏମିତି ଡରିଯାଉ...

ଯାହା କେବେ ଚିନ୍ତା କରିନଥିଲେ,

ସେ କାମ ବି ଆମେ କରିଯାଉ...।।


ଲକ୍ଷ୍ୟ ପାଇବାର ପ୍ରଚେଷ୍ଟା କମ ହେବାରେ ଲାଗିଯାଏ...

ଆଉ ଆଲୋକ ପାଇବାର ଆଶା କ୍ଷଣ ହୋଇଯାଏ।।


ଜୀବନର ଏ ଅନ୍ଧକାର ଏକ ପଙ୍କ ଗାଡ଼ିଆ ସଦୃଶ...

ଯେତେ ଅସ୍ଥିର ହେବ ସେତେ ତା ଭିତରେ ପଶିବାକୁ ଲାଗିବ...

ଯଦି ସମ୍ଭାଳି ନେଲ ତମେ ନିଜକୁ,

ତ ସ୍ଥିର ରହି ଏହାର ଉପାୟ ତୁମେ ନିଜେ ଖୋଜି ଆଣିପାରିବ ।।


ଆମକୁ ବୋଧହୁଏ ଜୀବନର ଏ ପ୍ରସ୍ତାବ ପସନ୍ଦ ନୁହେଁ,

କିନ୍ତୁ ଅନ୍ଧକାର କେବେ ଖରାପ ନୁହେଁ...।।


କାରଣ ଏହା ମନେ ରଖିବା ଉଚିତ...

ଅନ୍ଧକାର ବିନା ଜୀବନରେ ପୂର୍ଣ୍ଣତା ଆସେନାହିଁ

ତେବେ ତୁମକୁ ଯଦି ଲାଗେ କି

ତୁମ ଉପରେ ଅନ୍ଧକାରର ଛାଇ ମାଡିଯାଇଛି.....

ତ ଏତିକି ବୁଝିନିଅ, ଅନ୍ଧକାର ଗାଢ଼ ହେଉଛି,

ମାନେ ସକାଳ ପାହି ପାହି ଆସୁଛି ।।


କେବେ କେବେ ଆମେ ଯାହା ଚାହୁଁ ତାହା ଆମକୁ ମିଳିନଥାଏ...

କିନ୍ତୁ ପଦ୍ମ ନିର୍ମଳ ଜଳରେ ତ ଫୁଟି ନଥାଏ।।


ସମୟ ଯେତେ ବି ଖରାପ ଚାଲୁ ନା କାହିଁକି

ସ୍ୱପ୍ନ ତ ସବୁବେଳେ ସୁନ୍ଦର ହିଁ ଦେଖ...

ଆଉ ସେଇ ସ୍ୱପ୍ନକୁ ପୂର୍ଣ୍ଣ ପାଇଁ

ନିଜେ ନିରନ୍ତର ଚେଷ୍ଟା ବି ରଖ..।।


ତେବେ ଏ ଅନ୍ଧକାର ପାର ହୋଇ ସେଇ ଲୋକେ ନିଜ ଲକ୍ଷ୍ୟସ୍ଥଳକୁ ପହଞ୍ଚି ଯାଆନ୍ତି...

ଯେଉଁମାନେ ନିଜ କାମ ଉପରେ ଅତୁଟ ଭରସା ରଖନ୍ତି.


ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya poem from Inspirational