ଅନ୍ଧକାର
ଅନ୍ଧକାର
ଅନ୍ଧାର ଭିତରେ ଆଲୋକ ସନ୍ଧାନେ
ଏ ଜୀବନ ଦୁର୍ବିସହ ;
ଆଶାର ଆଲୋକ ବଞ୍ଚିବାର ମୋହ
ହୃଦୟେ ଭରିଛି କୋହ. !!
ଘୋର ଅନ୍ଧକାର ଦୁଃଖ ଜୀବନର
ସଂସାରର ପରିଭାଷା ;
ଆଶା ଆକାଂକ୍ଷାର ମହା ସମାହାର
ଗଢେ କେତେ ନୂଆ ବସା !!
ତାମସୀ ରଜନୀ ଜୀବନ ସଙ୍ଗିନୀ
ହୃଦୟର ରାଜରାଣୀ ;
ଅନ୍ଧାରୀ ମୂଲକେ ସପନ ବିଭାସେ
ମନ ନେଇଯାଏ କିଣି !!
ଦୁଃଖ ଅପମିତ୍ର ଏ କଥାଟି ସତ୍ୟ
ଅନ୍ଧାର ଆଲୁଅ ଖେଳ ;
ଦୁଃଖ ପରେ ସୁଖ ଆସେ ନିରନ୍ତର
ନଦୀ ଲଂଘେ ଦୁଇ କୂଳ. !!
ସବି
ତା ହଜିଲେ ରଜନୀ ପ୍ରବେଶେ
ଚିରନ୍ତନ ସତ କଥା ;
ପ୍ରିୟଜନ ସ୍ମୃତି ଜାଗତିକ ଛବି
ହୃଦୟରେ ଭରେ ବ୍ୟଥା !!
ରୋଗ ଶୋକ ଦୁଃଖ ଚିର ସହଚର
ଜୀବନର ଅନୁସଙ୍ଗୀ ;
ଅନ୍ଧାର ଘୋଟିଲେ ଦୁଃଖ ସୀମା ବଢ଼େ
ଭାଗ୍ୟକୁ ଆଦରେ ଭୋଗୀ !!
ବିପଦ ଆପଦ ଦୁଃଖ ପ୍ରଦାୟକ
ସୁଶିକ୍ଷା ସଂଯୋଗ ମିତ୍ର ;
ପ୍ରସ୍ଥାନ ସମୟେ ଚେତନା ଦୁଆରେ
ଲେଖିଯାଏ ମହାସୂତ୍ର. !!
ହାୟରେ ଅନ୍ଧାର ସର୍ବକାଳ ମିତ୍ର
ଦୀପଶିଖା ସାଥୀ ତୋର ;
କ୍ଷୀଣ ଆଲୋକରେ ହସୁ ସରାଗରେ
ଭୟଭ୍ରାନ୍ତି ଦୂର କର !!