STORYMIRROR

Sanuja Meghamala

Classics

3  

Sanuja Meghamala

Classics

ଅନ୍ଧକାର

ଅନ୍ଧକାର

1 min
186


ଅନ୍ଧକାର ଭରା ଜୀବନ ରେ ମୋର

              ତୁମେ ଆଲୋକ ର ଶିଖା

ଅନ୍ଧାର ରୁ ବାଟ କଢ଼େଇ ନିଅ ହେ

                ପ୍ରିୟବନ୍ଧୁ ପ୍ରାଣ ସଖା ।


 ଆଶା ଦୀପ ମୋର ଲିଭି ଲିଭି ଆସେ 

                  ଭରି ଅମା ଅନ୍ଧକାର

ନିଜ ଛାଇ ଏବେ ଅଚିହ୍ନା ଲାଗଇ

                   ବଢ଼ି ବଢ଼ି ଯାଏ ଡର ।

 

 ଭ୍ରାନ୍ତି ଭୟ ଯୁକ୍ତ  କଣ୍ଟକିତ ପଥ 

                ଚାଲିବାକୁ ଲାଗେ ଭୟ

ତୁମ ଛଡ଼ା କିଏ ସାହା ଓ ଭରସା 

               ଏ ଜୀବନେ ମୋର କୁହ ।


ଅପାର୍ଥିବ ଏହି ସଂସାର ର ମୋହ  

                ମାୟାରେ ମୁଁ ଘାରି ହୁଏ

ଆପଣା ର ଭାବି ମିଛ ସମ୍ପର୍କ କୁ

                 ତୁଚ୍ଛା ଟାରେ ଝୁରୁ ଥାଏ।


 ତୁମେ ଯେ ଅସୀମ  ଆକାଶ ର ସମ

                 ମୁଁ ଯେ ଛୋଟ ବିନ୍ଦୁ ଟିଏ 

ସେହି ଅନୁପମ  ରୂପ ମାଧୁର୍ଯ୍ୟ କୁ

                  ମନ ଖାଲି ଖୋଜି ହୁଏ।


ଜାଣେ ନାହିଁ ମନ୍ତ୍ର ପୂଜା ଆରାଧନା

                  ମୁର୍ଖ ଦୀନ ହୀନ ମୁହିଁ

ତୁମ ଶ୍ରୀ ଚରଣେ ରହୁ ମୋର ଭକ୍ତି

                  କରୁଣା କର ଗୋସାଇଁ ।  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics