STORYMIRROR

Panchanan Jena

Tragedy

3  

Panchanan Jena

Tragedy

ଅନ୍ଧାରକଣା

ଅନ୍ଧାରକଣା

1 min
113


କଷ୍ଟ କଷଣ ନୁହେଁ ଅକାରଣ

ସଘନ ବେଭଷଣ ଜାଣ

ଦୁଃଖରେ ଶୋକରେ ଆଚରଣ

ଅଭିଜ୍ଞତାରେ ପୂରେ ମାଣ ।


ଶୋଷଣ ମାରଣ ହିଁ କୁହୁଳାଏ

ମନେ ମନେ ବିଦ୍ରୋହ ବହ୍ନି

ପରିବର୍ତ୍ତନର ବାର୍ତ୍ତା ଶୁଣାଏ

ଅନ୍ତର ତଳର ବେଦନା ବାଡବାଗ୍ନୀ ।


ଲାଞ୍ଛନା ତାଡନା ନ ସହିଲେ ବିଡ଼ମ୍ବନା

ଯୁଦ୍ଧର ଡାକରା ନାଗରା

ମୁଣ୍ଡ କାଟିଯାଉ ପଛେ କଥା କାଟନା

ଶୋଣିତ ଭଣ୍ଡାର ଆସରା ।


ଏମନ୍ତ ଜୀବନ ନିଃସଙ୍ଗ ଯୌବନ

ହଳାହଳ ମଧ୍ୟେ ଆଲୁଅ ଫାଳେ

ବ୍ୟସ୍ତତା ଭିତରେ ସ୍ଥିରତା ପହଁରେ

ମନ ମରିଚିକା ଧାଇଁ ଅଣ୍ଡାଳେ ।


କଳହ ଗଞ୍ଜଣା ଶରଶଯ୍ୟା ଯନ୍ତ୍ରଣା

ଉପଶମ ହେବ କିପରି ?

ଛିଦ୍ର ଖୋଜୁ ଖୋଜୁ ଚିତ୍ର ଦିଶିଯାଏ

ପାଦ ତଳୁ ଧସିଯାଏ ଧରିତ୍ରୀ ।


ଗଙ୍ଗଶିଉଳୀ ଜୀବନ ଶର୍ବରୀ ସପନ

ଏତେ ଗର୍ବ ଦମ୍ଭ ଅଭିମାନ

କ୍ଷଣଭଙ୍ଗୁର ଆୟୁଷ କ୍ଷଣିକ ପୀଯୁଷ

ଯୋଡି ଯାଏ ସବୁ ଭଙ୍ଗାମନ ।


ଆଖିର ପଲକ କ୍ଷଣିକ ଝଲକ

ପାଦତଳେ ବିଛି ପଡ଼େ ସ୍ପର୍ଗସୁଖ

କାହିଁକି ସିଆଣା ସାଜେ ଅନ୍ଧାରକଣା

ମୂଢ ମଣିଷର ମୂଖ ମୟୂଖ ।


ଛାଡିବାକୁ ହେବ ତ୍ୟାଗିବାକୁ ହେବ

ଅନ୍ଧ ମାନସିକତାର କୁହେଳିକା

ଖୋଳପା ଖୋଳସୁ ମୁକ୍ତ ହେବା ସର୍ବେ

ଚିନ୍ତା ଚିନ୍ତନରେ ଶୁଭ କଳସ ଶିକା ।


Rate this content
Log in

Similar oriya poem from Tragedy