STORYMIRROR

Panchanan Jena

Inspirational

3  

Panchanan Jena

Inspirational

ନ ହେଲା ନାହିଁ

ନ ହେଲା ନାହିଁ

1 min
0

କବିତା - ନ ହେଲା ନାହିଁ
 ରଚନା - ପଞ୍ଚାନନ ଜେନା
ତାରିଖ -୨୦-୦୨-୨୦୨୬
++++++++++++++++++
 ଭୂଲି ଯାଇଥିବା ଲୋକର କି ଲାଭ
ମନେ ପଡିଲା ତ ଭଲ
ନ ହେଲେ ନାହିଁ
କାନ ଧରି କହିଦେବ " ସରି "

 ହାରି ଯାଉଥିବା ଲୋକର କି ଲାଭ
ଜିତୁ ଜିତୁ ହାରିଲା ତ ଭଲ
ନ ହେଲେ ନାହିଁ
ତଳକୁ ମୁଁହ କରି କହିଦେବ " ସରି"

 ସୁଖ ବାଣ୍ଟୁଥିବା ଲୋକର କି ଲାଭ
ସନ୍ତୁଷ୍ଟି ପାଇଲା ତ ଭଲ
 ନ ହେଲେ ନାହିଁ
ହାତଯୋଡି କହିଦେବ " ସରି "

 ଦୁଃଖ ଭୋଗୁଥିବା ଲୋକର କି ଲାଭ
 ଦେହକୁ ନନେଲା ତ ଭଲ
 ନ ହେଲେ ନାହିଁ
ପ୍ରଭୁଙ୍କୁ ସୁମରି କହିଦେବ " ସରି ''

 ପଞ୍ଚତତ୍ତ୍ୱରେ ଗଢ଼ା ଏ ଜୀବନ ଯଉବନ
 ଜ୍ଞାନୋଦୟ ହେଲା ତ ଭଲ
ନ ହେଲା ନାହିଁ
ଶେଷରେ ମିଶିବ ପଞ୍ଚଭୂତେ ମରି ତରି


Rate this content
Log in

Similar oriya poem from Inspirational