STORYMIRROR

Sunanda Mohanty

Abstract Tragedy Thriller

3  

Sunanda Mohanty

Abstract Tragedy Thriller

ଅନ୍ଧାରିବାବା

ଅନ୍ଧାରିବାବା

2 mins
193

ବ୍ରହ୍ମା ତାଙ୍କ ଚାରିପୁତ୍ର, ସୃଷ୍ଟିପୁତ୍ରଙ୍କୁ ଡକାଇ ପଠେଇ ପଚାରିଲେ ସବୁ ଠିକଠାକ ଚାଲିଛି ତ ପୁତ୍ରଗଣ?ତ୍ରେତୟା, ଦ୍ୱାପର, ସତ୍ୟ କହିଲେ ଆଜ୍ଞା ପିତାମହ ଆମ ଯୁଗର ସମସ୍ତ ମଣିଷ ସିଧା ସ୍ୱର୍ଗକୁ ଗଲେଣି ଏବେ କଳିଯୁଗ ତାର ରାଜୁତି ଚଳେଇଛି ତାକୁ ପଚାରନ୍ତୁ. କଳିଯୁଗକୁ ପଚାରିବାରୁ ସେ ଅଙ୍ଗୁଳି ନିର୍ଦେଶ କରି ଦେଖାଇଦେଲା ତଳକୁ ତ ବ୍ରହ୍ମା ଦେଖିବାକୁ ଲାଗିଲେ.ସଂସାରରେ ସ୍ୱାମୀ ସ୍ତ୍ରୀ ଦୁଇଜଣ କଳିକଜିଆ ଲାଗି ବାଡ଼ିଆବାଡି ଓ ହାତାହାତି ଯାଏଁ କଥା ଗଲାଣି. କାରଣ ବୁଝୁ ବୁଝୁ ସ୍ୱାମୀର ବେଢଙ୍ଗ ପ୍ରଶ୍ନ ସବୁର ସଠିକ ଉତ୍ତର ଦେଇନପାରି ସ୍ତ୍ରୀଟି ସବୁଦିନ ମାଡ଼ ଖାଏ. ପୁରୁଷଟି କେଵେ ପଚାରେ ଆମ ମଣିଷମାନେ ଯେମିତି ଆମିଷରେ ମାଛ ଖାଇବାକୁ ଓ ନିରାମିଷରେ ଛେନା ଖାଇବାକୁ ଭଲ ପାଉ ଗାଈ ପାଟିକୁ ଆମିଷରେ ମାଛ ଓ ନିରାମିଷରେ ଛେନା ଖାଇବା ପରି କୋଉଟା ଲାଗେ କହ ତ!ସ୍ତ୍ରୀ ଟି କେଵେ ପାଳ, କି କୁଟା କି ଛଣ କହି ମଧ୍ୟ ସ୍ୱାମୀଠୁ ମାଡ଼ ଖାଏ. ମାଡ଼ ଏମିତି ସେମିତି ନୁହେଁ.ହାତ ପାଖରେ ଥିବା ବେଲେଣା କାଠି କି ପଟା ଵା ହେମଦସ୍ତା ପୁଆ ମଧ୍ୟ କାମରେ ଲାଗେ ତ ବିଚାରୀ କାମିନୀ ନାମ୍ନୀ ସ୍ତ୍ରୀ ଲୋକଟି ଖାଲି ଆହତ ହୁଏନି ବରଂ ମୁର୍ମୁଷୁ ହୁଏ. ଏଣିକି ପ୍ରତିବାଦର ସ୍ୱର ସ୍ୱରୂପ ସେ ବି ଠେଙ୍ଗା ବାଉଁଶ ଧରିଲାଣି . ଧରିଲା ତ ଧରିଲା ଉଞ୍ଚେଚଇବା ଛାଡି ସେ ବି ଫୋପାଡ଼ିଲା.ସ୍ୱାମୀ ଯେବେ କହୁଥାଏ ଆଲୋ ଏତିକି ଜାଣିନୁ କଦଳୀ ଗଛ ହେଲା ଗାଈର ଛେନା ତଥା ମାଛ ପରି ଗାଈ ପାଟିକୁ ଲାଗେ ତ କାମିନୀ ଗୋଡ଼ାଏ ଠେଙ୍ଗା ଧରି କହେ ମତେ କି ଲଗା ସେ ଅଲଣା ଗବେଷଣାରୁ!ଏମିତି ଏମିତି ମାଡପିଟି ଚାଲିଥାଏ ତ ସେଦିନ ସ୍ୱାମୀଟି ଆହତ ହୋଇ କାନ ପଟେ ଉଡ଼ିଗଲା ତାର ତ ସେ ସେହି ଦିନ ସ୍ତ୍ରୀ କାମିନୀକୁ ପ୍ରତିଆକ୍ରମଣ କରିବା ପରିବର୍ତ୍ତେ ଘର ଛାଡିଦେଲା ରାଗରେ. ଛୋଟପୁଅକୁ ଧରି କେମିତି ଚଳୁଛୁ ଚଳୁଥା କହି ଘର ଛାଡିଦେଲା ସ୍ୱାମୀଟି ଯେ ଆଉ ଫେରିଲାନି. ପୁଅକୁ ଧରି କାମିନୀ ବାହୁନୁ ଥିଲା.

  ଯେତେ ବାହୁନିଲେ ବି ଆଉ ଫେରିଲାନି ସ୍ୱାମୀ ବରଂ କାମିନୀ ଦୁଃଖୀ ହୋଇଗଲା. ଆ ତା ଘରେ କାମ କରି ପୁଅକୁ ମଣିଷ କରୁଥାଏ.ହେଲେ ନିଜ ପାପ ଆଣ୍ଟିରୁ ଆସି ତଣ୍ଟି କାଟୁଥାଏ ଯେମିତି. ଅଣ୍ଟା ବିନ୍ଧା ସାଙ୍ଗକୁ ପୁଅର କାନ ପଚା ରୋଗରେ ଅସ୍ଥିର ଅଧୀରା କାମିନୀ ଶୁଣିଲା କୋଶେ ଦୂରରେ ଡେରା ପକେଇ ଅଛନ୍ତି ଅନ୍ଧାରିବାବା. କାହାକୁ ସିନା ଦେଖା ଦିଅନ୍ତି ନାହିଁ କିନ୍ତୁ ରୋଗୀର ସବୁ ପାପ ମାନେ କରିଥିବା କୁକାର୍ଯ୍ୟ ଶୁଣିଵା ପରେ ଏମିତି ଔଷଧ ଦିଅନ୍ତି ରୋଗୀ ପୁରା ସୁସ୍ଥ. କାମିନୀ ପୁଅକୁ ନେଇ ବାହାରିଲା ଯିବାକୁ ସେଠିକି.

  ଅନ୍ଧାରି ବାବା ପଚାରି ବସିଲେ ଘଟଣା ସବୁ ତ କାମିନୀ କହିବସିଲା ପାପ କରିଛି ବାବା ମୁଁ.ସ୍ତ୍ରୀ ହୋଇ ସ୍ୱାମୀର ପ୍ରହାର, ଗାଳି, ମନ୍ଦ ନସହି ତାଙ୍କ ଉପରକୁ ପ୍ରହାରର ଜବାବ ପ୍ରହାରରେ ଦେଇଛି ପୁଣି କାନ ଫାଳେ ଉଡେଇ ଦେଇ ଏବେ ଭୋଗୁଛି. ଅନ୍ଧାର ଭିତରୁ ବାହାରି ଆସିଲେ ବାବା. ବାବାଙ୍କୁ ଦେଖି କାମିନୀ ତଟସ୍ଥ. ଛାଡ଼ ଛାଡ଼ ମୋ ଗୋଡ଼ ବୋଲି ରଡି କରୁଥାନ୍ତି ବାବା. ଏତେଦିନେ ବାବାଙ୍କ ସାକ୍ଷାତ ଦର୍ଶନ ପାଇ ଜୟ ଅନ୍ଧାରୁଆ ବାବା କି ଜୟ କହୁଥିବା ଭକ୍ତମାନଙ୍କୁ ବାବା କହୁଥିଲେ ଔଷଧ ଦେଇ ଏ ସ୍ତ୍ରୀ ଲୋକକୁ ଶୀଘ୍ର ବିଦା କର. କାମିନୀ ବ୍ୟସ୍ତ ବିବ୍ରତ ହୋଇ ପୁଅକୁ ଦେଖେଇ ଯେତେ ନେହୁରା ହେଲେ ବି ବାବା ଅନ୍ଧାର ଭିତରୁ ଛାଡୁଥିଲେ ପନିକି, କୋରଣା, ଅନ୍ଧାର ଘର ଭିତରୁ ତ ଭକ୍ତସମୂହ ହୁଳହୁଳି ହରିବୋଲ ଦେଇ କହୁଥିଲେ ଜୟ ଅନ୍ଧାରୁଆ ବାବା. ସେମାନଙ୍କ ସହ କାମିନୀ ପୁଅ ମଧ୍ୟ ନାଚି ନାଚି କହୁଥିଲା ଜୟ ଅନ୍ଧାରୁଆ ବାବାକି ଜୟ. ବାଟରେ ପୁଅ କହୁଥିଲା ବାବାଙ୍କର ଗୋଟେ କାନ ନାହିଁ ମାଆ. ମାଆ କାମିନୀ କାନ୍ଦି କାନ୍ଦି କହୁଥିଲା ଚୁପ ଚୁପ ବୋଲି ଦୁଇଟି ଅକ୍ଷର.ତେଣେ ବ୍ରହ୍ମା ତାଙ୍କ ଦୁଇ କାନ ବୁଜି କହୁଥିଲେ ରାମ ରାମ.



Rate this content
Log in

Similar oriya poem from Abstract